(୦୧/୯) ପେଶାରେ ଜଣେ ସରକାରୀ ଡାକ୍ତର ହେଲେ ବି ଜଣେ ସମାଜସେବୀ ଭାବେ କାର୍ଯ୍ୟ କରୁଥିବା ଡାକ୍ତର କଫିଲ ଖାନଙ୍କୁ ତୁରନ୍ତ ଜେଲରୁ ମୁକ୍ତ କରିବାକୁ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ଡାକ୍ତର କଫିଲ ଖାନ ସେମିତି କୌଣସି ଅପରାଧିକ ବକ୍ତବ୍ୟ ଦେଇଥିବାର କିଛି ପ୍ରମାଣ ନାହିଁ, ଯାହାଦ୍ୱାରା କି ତାଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ଆଇନ ବଳରେ ଗିରଫ କରି ଜେଲରେ ରଖାଯାଇ ପାରିବ । ଏଠାରେ ସୂଚନାଯୋଗ୍ୟ ଯେ, ଡାକ୍ତର କଫିଲ ଖାନ ମୁସଲିମ ବିଶ୍ୱବିଦ୍ୟାଳୟରେ ସଂଶୋଧିତ ନାଗରୀକ ଆଇନ(ସିଏଏ)କୁ ବିରୋଧ କରି ସାମ୍ପ୍ରଦାୟିକ ସଦଭାବନାକୁ କ୍ଷତି କଲା ଭଳି କିଛି ଭାଷଣ ଦେଇଥିବା ଅଭିଯୋଗରେ ତାଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ଆଇନ ବଳରେ ଗିରଫ କରି ସରକାର ଜେଲ୍ ପଠାଇ ଦେଇଥିଲେ । ସେ ଜାନୁୟାରୀ ୨୯ ତାରିଖରୁ ଜେଲରେ ଅଛନ୍ତି । ଗୋରଖପୁରରେ ଅମ୍ଳଜାନ ଅଭାବରୁ ଛୋଟ ଛୁଆମାନେ ମୃତ୍ୟୁ ବରଣ କରିବା ଘଟଣାକୁ ନେଇ ସରକାର ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏହି ମାମଲାରେ ମଧ୍ୟ ଡାକ୍ତର କଫିଲ ଖାନ୍ଙ୍କ କୌଣସି ଭୁଲ ନ ଥିଲା ବୋଲି ପ୍ରମାଣିତ ହେବା ପରେ ଉତ୍ତର ପ୍ରଦେଶ ସରକାର ଶେଷରେ ବାଧ୍ୟ ହୋଇ ତାଙ୍କ ଉପରୁ କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର କରି ନେଇଥିଲେ ।
ଡାକ୍ତର କଫିଲ ଖାନଙ୍କୁ ତୁରନ୍ତ ଜେଲରୁ ମୁକ୍ତ କରିବାକୁ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ
