(୧୦/୯) ଭୁବନେଶ୍ୱରସ୍ଥିତ ରାଜ୍ୟ ପାଣିପାଗ ବିଭାଗ ରାଜ୍ୟରେ ୧୧ ତାରିଖରୁ ୧୪ ତାରିଖଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସତର୍କ ସୂଚନା ଦେଇଛି । ଆସନ୍ତା ପାଂଚ ଦିନଯାଏଁ ରାଜ୍ୟର ଅଧିକାଂଶ ଅଂଚଳର ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଯେଉଁ ଜିଲ୍ଲାର ଗୋଟିଏ କି ଦୁଇଟି ସ୍ଥାନରେ ବିଜୁଳି ସହ ଘଡଘ଼ଡି ମାରିବ ବୋଲି ସତର୍କ ସୂଚନା ଜାରି ହୋଇଛି, ସେ ଜିଲ୍ଲାଗୁଡ଼ିକ ହେଲା-ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଅନୁଗୁଳ, ଦେବଗଡ,଼ କେନ୍ଦୁଝର ଓ ମୟୁରଭଞ୍ଜ । ଏହା ବ୍ୟତୀତ କଳାହାଣ୍ଡି, ବଲାଙ୍ଗୀର, ସୋନପୁର, କନ୍ଧମାଳ, ସମ୍ବଲପୁର. ଗଜପତି, ଗଞ୍ଜାମ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
୧୫ ତାରିଖଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଲା
