ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ଆଗାମୀ ୫ ଦିନ ପ୍ରବଳ ବର୍ଷା ସମ୍ଭାବନା !


(୦୫/୮) ଆଞ୍ଚଳିକ ପାଣିପାଗ ବିଭାଗ ରାଜ୍ୟର ୧୦ ଜିଲ୍ଲାକୁ ସତର୍କ କରାଇ ଅରେଞ୍ଜ ୱାର୍ଣ୍ଣି ଜାରି କରିଛି । ଆସନ୍ତାକାଲି ସୁଦ୍ଧା ଯେଉଁ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ଅଧିକ ହେବାର ଆଶଙ୍କା ରହିଛି ସେ ଜିଲ୍ଲାଗୁଡ଼ିକ ହେଲା:-ବଲାଙ୍ଗୀର, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ନୁଆପଡ଼ା, ବୌଦ୍ଧ, ସୁନ୍ଦରଗଡ ଓ ଅନୁଗୁଳ । ସେହିପରି ପ୍ରବଳ ବର୍ଷା ହେବା ସମ୍ଭାବନା ଥିବା ଅନ୍ୟ ୧୧ ଟି ଜିଲ୍ଲାଗୁଡ଼ିକ ହେଲା:-କଳାହାଣ୍ଡି, ନବରଙ୍ଗପୁର, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, କେନ୍ଦୁଝର, ବାଲେଶ୍ୱର, ଢେଙ୍କାନାଳ ଓ ଖୋର୍ଦ୍ଧା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ଆଗାମୀ ୫ ଦିନ ଲଗାଣ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସତର୍କ ରହିବାକୁ ପରାମର୍ଶ ଜାରି କରିଛି । ଏଥିପାଇଁ ଉକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ପତ୍ର ଲେଖି ଜଣାଇଛନ୍ତି । ବିଶେଷ କରି ଏହି ସବୁ ଜିଲ୍ଲାଗୁଡ଼ିକରେ ତଳିଆ ଅଞ୍ଚଳ ରେ ରହୁଥିବା ଲୋକେ ଯେପରି ବର୍ଷା ଯୋଗୁଁ ହଇରାଣ ନ ହୁଅନ୍ତି, ସେଥିପାଇଁ ଆଗୁଆ ପଦକ୍ଷେପ ନେବାକୁ ସ୍ୱତନ୍ତ୍ର ରିଲିଫ କମିସନର ନିର୍ଦ୍ଦେଶ ଦେଇଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ଆଗାମୀ ୫ ଦିନ ପ୍ରବଳ ବର୍ଷା ସମ୍ଭାବନା !