(୧୨/୮) ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ହେଉ ନଥିବା ଦିଲ୍ଲୀସ୍ଥିତ ଆର୍ମି ହସପିଟାଲ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଗତ ୧୦ ତାରିଖ ଦିନ “ଆର୍ମି ରିସର୍ଚ୍ଚ ଏଣଣ୍ଡ ରେଫେରାଲ୍ ହସପିଟାଲ୍’ ରେ ଶ୍ରୀ ମୁଖାର୍ଜୀଙ୍କ ମସ୍ତିଷ୍କର ଜରୁରୀକାଳୀନ ଅସ୍ତ୍ରୋପଚାର କରାଯାଇଥିଲା । ତା ପୂର୍ବରୁ ଶ୍ରୀ ମୁଖାର୍ଜୀଙ୍କ କରୋନା ଭୂତାଣୁ ପରୀକ୍ଷା ହୋଇଥିଲା ଓ ସେଥିରେ ସେ ସଂକ୍ରମିତ ହୋଇଥିବା ସେ ନିଜେ ପ୍ରକାଶ କରିଥିଲେ, ସେଥିପାଇଁ ଯେଉଁମାନେ ଗତ ସପ୍ତାହରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର ପରୀକ୍ଷା କରାଇ ନେଇ ଅନ୍ୟମାନଙ୍କଠୁ ପୃଥକ ରହିବାକୁ ସେ ଅନୁରୋଧ କରିଥିଲେ । ଡାକ୍ତରଖାନା ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ହେଉ ନାହିଁ ଓ ସ୍ୱାସ୍ଥ୍ୟ ବିଗିଡ଼ିବାରେ ଲାଗିଛି । ସେ ବର୍ତ୍ତମାନ ଭେଣ୍ଟିଲେଟର ସାହାଯ୍ୟରେ ତାଙ୍କୁ ରଖା ଯାଇଥିବା ହସପିଟାଲ୍ ପକ୍ଷରୁ କୁହାଯାଇଛି । ଶ୍ରୀ ମୁଖାର୍ଜୀ ୨୦୧୨ ରୁ ୨୦୧୭ ଯାଏଁ ଦେଶର ରାଷ୍ଟ୍ରପତି ପଦବୀ ଅଳଙ୍କୃତ କରିଥିଲେ ।
ଆର୍ମି ହସପିଟାଲ୍ରେ ଚିକିତ୍ସାଧିନ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟର କ୍ରମାଗତ ଅବନତି
