(୧୬/୧୦) ହାଥରସ୍ ପୀଡ଼ିତାଙ୍କ ପରିବାରକୁ ଦିନକୁ ଦିନ ସୁରକ୍ଷାକୁ ନେଇ ସନ୍ଦେହ ହେବାରେ ଲାଗିଛି । ସେମାନେ ହାଥରସ୍ରେ ରହି ଆହ୍ଲାବାଦ ହାଇକୋର୍ଟରେ ଚାଲୁଥିବା ମାମଲାକୁ ଦିଲ୍ଲୀ ହାଇକୋର୍ଟକୁ ଟ୍ରାନ୍ସଫର କରିବା ସପକ୍ଷରେ ଅଛନ୍ତି । ଆଉ ସେମାନେ ହାଥରସ ଛାଛି ଦେବା ସପକ୍ଷରେ ଥିବା ପୀଡ଼ିତାଙ୍କ ଭାଇ ଏଏନ୍ଆଇକୁ କହିଛନ୍ତି । ଏଥିପାଇଁ ସରକାରଙ୍କ ସେମାନେ ସହଯୋଗ କାମନା କରିଛନ୍ତି । ହାଥରସ୍ ଘଟଣା ପରି ଆଉ ଏକ ଲୋମ ହର୍ଷଣକାରୀ ଅନ୍ୟ ଏକ ଗଣଦୁଷ୍କର୍ମ ଘଟଣା ଘଟିଛି ଉତ୍ତରପ୍ରଦେଶର ବାରାବାଙ୍କିଠାରେ । ଦୁବୃର୍ତ୍ତମାନେ ଏକ ଦଳିତ ଯୁବତୀଙ୍କ ହାତଗୋଡ଼ ବାନ୍ଧି ଦେଇ ବର୍ବର ଭାବେ ତାଙ୍କୁ ଗଣଦୁଷ୍କର୍ମ କରି ତାଙ୍କ ଗୁପ୍ତାଙ୍ଗକୁ କ୍ଷତବିକ୍ଷତ କରି ପକାଇଛନ୍ତି । ଘଟଣା ଯୋଗୁଁ ପୀଡ଼ିତାଙ୍କ ମୃତ୍ୟୁ ହୋଇ ଯାଇଥିବାବେଳେ ପ୍ରମାଣକୁ ନଷ୍ଟ କରିବା ଲାଗି ପୋଲିସ୍ ଶବକୁ ତରବରିଆ ଭାବେ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ଏହା ପରେ ଘଟଣାକୁ ପ୍ରକାଶ ନ କରିବା ପାଇଁ ପୀଡ଼ିତାଙ୍କ ପରିବାର ଉପରେ ସ୍ଥାନୀୟ ପୋଲିସ୍ ଚାପ ପ୍ରୟୋଗ କରୁଥିବା ଅଭିଯୋଗ ହୋଇଛି ।
ହାଥରସ୍ ପୀଡ଼ିତାଙ୍କ ପରିବାର ଗାଁ ଛାଡ଼ି ଦିଲ୍ଲୀରେ ରହିବାକୁ ଚାହାନ୍ତି, ସରକାରଙ୍କ ସହଯୋଗ ମାଗିଲେ ପୀଡ଼ିତାଙ୍କ ଭାଇ !
