ବିଶ୍ୱର ସର୍ବ ବୃହତ ଭାରତୀୟ ରେଳବାଇର ଘରୋଇକରଣ ପ୍ରକ୍ରିୟା ଆରମ୍ଭ !


(୦୨/୭) ଭାରତୀୟ ରେଳବାଇ ବିଶ୍ୱର ସର୍ବ ବୃହତ ରେଳବାଇ । ଏଠାରେ ପ୍ରାୟ ୧୩ ହଜାର ଟ୍ରେନ ଚଳାଚଳ କରେ ଓ ଏହି ବିଭାଗରେ ପାଖାପାଖି ୧୨ ଲକ୍ଷ ଲୋକ କାର୍ଯ୍ୟ କରନ୍ତି । ଏହି ଭାରତୀୟ ରେଳବାଇର ଘରୋଇକରଣ କରିବାକୁ କେନ୍ଦ୍ର ସରକାର ବର୍ତ୍ତମାନ ଘରୋଇ କମ୍ପାନୀଗୁଡ଼ିକ ଭାରତୀୟ ରେଳ ଲାଇନରେ ଘରୋଇ ଟ୍ରେନ ଚଳାଇବା ନିମନ୍ତେ ପ୍ରସ୍ତାବ ଆମନ୍ତ୍ରଣ କରିଛନ୍ତି । ମନ୍ତ୍ରଣାଳୟର ପ୍ରସ୍ତାବ ଅନୁଯାୟୀ, ଘରୋଇ କମ୍ପାନୀଗୁଡ଼ିକ ବର୍ତ୍ତମାନ ୩୫ ବର୍ଷଯାଏଁ ଘରୋଇ ଟ୍ରେନଗୁଡ଼ିକ ଚଳାଇ ପାରିବେ । ସେହି ଘରୋଇ ଟ୍ରେନଗୁଡ଼ିକ ରେଳବିଭାଗ ଦ୍ୱାରା ନିୟନ୍ତ୍ରିତ ହେବା ସଙ୍ଗେ ରେଳ ବିଭାଗର କର୍ମଚାରୀମାନେ ମଧ୍ୟ ସେସବୁ ଚଳାଇବେ ବୋଲି ଖବର ମିଳିଛି । ରେଳ ବିଭାଗ ପକ୍ଷରୁ କୁୁହାଯାଇଥିବା ଏକ ବିବୃତି ଅନୁସାରେ,୧୦୯ ଟି ରାସ୍ତାରେ ୧୫୧ ଟି ଘରୋଇ ଟ୍ରେନ ଚଳାଇବାକୁ ସରକାରଙ୍କ ଯୋଜନା ରହିଛି ଯାହାଦ୍ୱାରା କି ୩୦ ହଜାର କୋଟି ଟଙ୍କାର ବିଭିନ୍ନ କମ୍ପାନୀ ବିନିଯୋଗ କରିବେ । ବିଶ୍ୱର ସବୁଠାରୁ ବଡ଼ ରେଳବାଇ ଏହି ମହାମାରୀ ଯୋଗୁଁ କ୍ଷତିର ସମ୍ମୁଖୀନ ହେଉଛି. ଯାହାକି ପୁନର୍ବାର ଫେରି ପାଇବା ମୁସ୍କିଲ ହେବ ବୋଲି କୁହାଯାଇଛି । ଏହାଦ୍ୱାରା ରେଳଗାଡ଼ିର କମ ଦେଖାରେଖା କରିବାକୁ ପଡ଼ିବ ବୋଲି ବିବୃତିରେ କୁହାଯାଇଛି । ବିଭିନ୍ନ ବିରୋଧି ଦଳ ଏହାକୁ ତୀବ୍ର ବିରୋଧ କରିଥିବାବେଳେ କଂଗ୍ରେସ ଦଳ ପକ୍ଷରୁ ରାହୁଳ ଗାନ୍ଧୀ କହିଛନ୍ତି ଯେ, ଭାରତୀୟ ରେଳବାଇ ଗରିବ ଲୋକଙ୍କ ଏକମାତ୍ର ଯିବାଆସିବା କରିବାର ସାଧନ ଓ ସରକାର ତାହାକୁ ବି ସେମାନଙ୍କଠୁ ଛଡ଼ାଇ ନେବାକୁ ଚାହୁଁଛନ୍ତି । ଦେଶର ଜନତା ଏହାର କଡ଼ା ଜବାବ୍ ଦେବେ ବୋଲି ସେ କହିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ବିଶ୍ୱର ସର୍ବ ବୃହତ ଭାରତୀୟ ରେଳବାଇର ଘରୋଇକରଣ ପ୍ରକ୍ରିୟା ଆରମ୍ଭ !