(୧୨/୮) କିଛି ଦିନ ତଳେ ଲେବାନନ୍ର ବୀରାଟରେ ନିଆଁ ଲାଗି ସେଠାରେ ଥିବା ଆମୋନିୟମ ନାଇଟ୍ରେଟ ଯୋଗୁଁ ବିସ୍ଫୋରଣ ହେବା ଫଳରେ ୧୩୫ ଜଣ ଲୋକଙ୍କ ମୃତ୍ୟୁ ହେବା ଓ ପ୍ରାୟ ୫୦୦୦ ଲୋକ ହତାହତ ହେବା ପରେ ଓଡ଼ିଶା ସରକାର ଆଗୁଆ ପଦକ୍ଷେପ ନେଇ ରାଜ୍ୟର ଉତ୍ପାଦନ କେନ୍ଦ୍ର ମାନଙ୍କରେ କେତେ ଜଳଣୀୟ ପଦାର୍ଥ ବ୍ୟବହୃତ ହୋଇଛି ଓ କେତେ ମହଜୁଦ ରହିଛି ତାର ବିସ୍ତୃତ ବିବରଣୀ ମାଗିଛନ୍ତି । ଫେକ୍ଟରୀ ଓ ବଏଲର ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟରେ ଚଳାଉଥିବା ସମସ୍ତ କଳକାରଖାନାର କର୍ତ୍ତୃପକ୍ଷଙ୍କୁ ପତ୍ର ଲେଖି ଭବିଷ୍ୟତରେ ଯେପରି କୌଣସି ପ୍ରକାର ଅଘଟଣ ନ ଘଟେ, ସେଥିପାଇଁ ସଜାଗ ରହିବାକୁ ନିର୍ଦ୍ଦେଶକ ଡକ୍ଟର ଏନ୍ ତିରୁମାଲା ନିର୍ଦ୍ଦେଶ ଜାରି କରିଛନ୍ତି ।
ଲେବାନନ୍ର ବିସ୍ଫୋରଣ ପରେ ରାଜ୍ୟର କଳକାରଖାନାର କର୍ତ୍ତୃପକ୍ଷଙ୍କଠୁ ସରକାର ବିସ୍ତୃତ ବିବରଣୀ ମାଗିଲେ
