ବନ୍ୟାଜଳ ଭିତରେ ଯାଇ ଅଙ୍ଗନବାଡ଼ି କମୀଙ୍କ ରାସନ ବଣ୍ଟନର ସୂଚନା ଦେଲେ ସରକାର


(୦୨/୯) ରାଜ୍ୟର ୨୦ ଟି ଜିଲ୍ଲା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବାବେଳେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି । କିନ୍ତୁ ଏହିପରି ପରିସ୍ଥିତିରେ ମଧ୍ୟ ସେହି ଅଂଚଳମାନଙ୍କରେ ହିତାଧିକାରୀ ଯେପରି ରାସନ ପାଇବାରୁ ବଂଚିତ ନ ହୁଅନ୍ତି, ସେଥିପାଇଁ ସରକାର ବିହିତ ପଦକ୍ଷେପ ନେଇଛନ୍ତି । ଗତକାଲି ମାସର ୧ ତାରିଖ ହୋଇଥିବାରୁ ଲୋକେ ଏହି ବନ୍ୟା ପରିସ୍ଥିତିରେ ରାସନ ପାଇପାରିବେ କି ନାହିଁ ବୋଲି ଚିନ୍ତିତ ଥିଲେ । କିନ୍ତୁ ରାଜ୍ୟର ସମସ୍ତ ଆଇସିଡିଏସ୍ ପ୍ରକଳ୍ପରେ ଟେକ୍ ହୋମ ରାସନ୍ ବଣ୍ଟନ କରାଯାଇଥିବା ସରକାର ସୂଚନା ଦେଇଛନ୍ତି । ଜଳମଗ୍ନ ହୋଇଥିବା ଅଂଚଳରେ ମଧ୍ୟ ଅଙ୍ଗନବାଡ଼ି କର୍ମୀମାନେ ହିତାଧିକାରୀଙ୍କ ପାଖକୁ ବନ୍ୟାଜଳ ଭିତରେ ଯାଇ ଶୁଖିଲା ରାସନ୍ ବଣ୍ଟନ କରିଛନ୍ତି । ଶୁଖିଲା ରାସନ୍ ବାବଦକୁ ଛତୁଆ, ଚିକି ଲଡୁ, ଅଣ୍ଡା ଆଦି ବଣ୍ଟନ କରାଯାଇଛି । ୩ ରୁ ୬ ବର୍ଷ ବୟସର ଶିଶୁମାନଙ୍କ ନିମନ୍ତେ ଦିଆଯାଉଥିବା ରନ୍ଧା ଖାଦ୍ୟ ବାବଦକୁ ମଧ୍ୟ ଶୁଖିଲା ରାସନ ଘରେ ଯୋଗାଇ ଦିଆଯାଇଛି । ଗର୍ଭବତୀ ଓ ପ୍ରସୂତି ମହିଳା ଏବଂ ଶିଶୁମାନଙ୍କ ଅତିରିକ୍ତ ପୁଷ୍ଟି ସାଧନ ପାଇଁ କାର୍ଯ୍ୟକାରୀ ହେଉଥିବା ସମନ୍ୱିତ ଶିଶୁ ବିକାଶ ଯୋଜନାରେ ଏହି କାର୍ଯ୍ୟକ୍ରମରେ ଓଡ଼ିଶାରେ ୪୧ ଲକ୍ଷ ୨୭ ହଜାର ଜଣ ହିତାଧିକାରୀ ଉପକୃତ ହେଉଥିବା ମହିଳା ଓ ଶିଶୁ ବିକାଶ ବିଭାଗ ସୂଚନା ଦେଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ବନ୍ୟାଜଳ ଭିତରେ ଯାଇ ଅଙ୍ଗନବାଡ଼ି କମୀଙ୍କ ରାସନ ବଣ୍ଟନର ସୂଚନା ଦେଲେ ସରକାର