ସ୍କୁଲ ବନ୍ଦ ହେବା ନେଇ ବଦଳିଲା ନିଷ୍ପତ୍ତି : ଏବେ ୧୫ ରୁ କମ୍ ପିଲା ଥିଲେ ସ୍କୁଲ ବନ୍ଦ କରିବେ ସରକାର !


(୨୨/୧୧) ଅନେକ ସଂଗଠନ ଓ ରାଜନୈତିକ ଦଳ ସରକାରୀ ପ୍ରାଥମିକ ସ୍କୁଲ ବନ୍ଦ କରିବା ନିଷ୍ପତ୍ତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପରେ ସରକାର ତାଙ୍କ ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି । ପୂର୍ବର ସିଡୁଲ୍ ଏରିଆରେ ୨୦ ଜଣରୁ କମ ପିଲା ଥିବା ସ୍କୁଲକୁ ବନ୍ଦ କରିବାକୁ ନେଇଥିବା ନିଷ୍ପତ୍ତିକୁ ସରକାର ବଦଳାଇ ଏବେ ୧୫ ରୁ କମ ପିଲା ଥିଲେ ସେହି ସ୍କୁଲକୁ ବନ୍ଦ କରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ତେବେ ସିଡୁଲ ଏରିଆରେ ପାଖାପାଖି ୩ ହଜାର ଏମିତି ସ୍କୁଲ ରହିଛି । ଏବେ ରାଜ୍ୟରେ ସର୍ବମୋଟ ୬୬ ହଜାର ୫୯୪ ଟି ସରକାରୀ ସ୍କୁଲ ଥିବାବେଳେ ସେ ଭିତରୁ ଅଣ ସିଡୁଲ୍ ଏରିଆର ୪୦ ଜଣରୁ କମ ଛାତ୍ରଛାତ୍ରୀ ଥିବା ୧୪ ହଜାର ୩୮୨ ଟି ସ୍କୁଲ ରହିଛି । ସେଥିରୁ ୭୭୨୨ ଟି ସ୍କୁଲକୁ ମିଶ୍ରଣ ଲାଗି ପ୍ରକ୍ରିୟା ଚାଲିଥିବା ସୂଚନା ମିଳିଛି । ସେ ଭିତରୁ ରାଜ୍ୟର ୬୦୪୮ଟି ସ୍କୁଲରେ ୨୦ ରୁ କମ ପିଲା ପଢ଼ୁଥିବାବେଳେ ୧୭୨୪ ଟି ସ୍କୁଲରେ ୨୫ ରୁ କମ ପିଲା ପଢ଼ୁଥିବାରୁ ସେସବୁକୁ ପାଖ ସ୍କୁଲ ସହ ମିଶାଇ ଦେବାକୁ ପ୍ରକ୍ରିୟା ଚାଲିଛି ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ସ୍କୁଲ ବନ୍ଦ ହେବା ନେଇ ବଦଳିଲା ନିଷ୍ପତ୍ତି : ଏବେ ୧୫ ରୁ କମ୍ ପିଲା ଥିଲେ ସ୍କୁଲ ବନ୍ଦ କରିବେ ସରକାର !