(୨୪/୧୧) ସରକାର ଦେଶର ସୁରକ୍ଷା ଦୃଷ୍ଟିକୋଣରୁ ଆହୁରି ୪୩ ଟି ମୋବାଇଲ ଆପକୁ ନିଷିଦ୍ଧ କରିଥିବା ଜଣାପଡ଼ିଛି । ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ବିବୃତି ଅନଯାୟୀ, ଭାରତର ସାର୍ବଭୌମତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଏହି ଆପ୍ଗୁଡ଼ିକୁ ନିଷିଦ୍ଧ କରାଯାଇଥିବା ପ୍ରକାଶ କରାଯାଇଛି । ଏଥର ନିଷିଦ୍ଧ କରାଯାଇଥିବା ଆପ୍ ଗୁଡ଼ିକ ମଧ୍ୟରେ ଅନେକ ଡେଟିଂ(ବନ୍ଧୁତା) ଆପ୍ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଆଲିବାବା ୱର୍କବେଂଚ, ସ୍ନେକ ଭିଡିଓ, କୈମକାର୍ଡ଼, ଚାଇନିଜ ସୋସିଏଲ୍, ୱିଡେଟ୍,, ଫ୍ରି ଡେଟିଂ ଆପ୍, ଡେଟ ମାଇ ଏଜ୍, ଟ୍ରୁଲି ଚାଇନିଜ୍, ମେଙ୍ଗୋ ଟିଭି, ବକ୍ସ ଷ୍ଟାର, ହେପୀ ଫିସ ପ୍ରମୁଖ ରହିଥିବା ଜଣାପଡ଼ିଛି । ସୂଚନା ଓ ପ୍ରଦ୍ୟୋଗିକ ଆଇନର ଧାରା ୬୯ ଏ ଅନୁଯାୟୀ ଏହି ପଦକ୍ଷେପ ନିଆ ଯାଇଥିବା ସୂଚନା ଦିଆଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଗତ ଜୁନ ୨୯ ରେ ସରକାର ୫୯ ଟି ମୋବାଇଲ ଆପକୁ ନିଷିଦ୍ଧ କରିଥିବାବେଳେ ସେପ୍ଟେମ୍ବର ୨ ରେ ୧୧୮ ଟି ଆପ୍କୁ ନିଷିଦ୍ଧ ଘୋଷଣା କରିଥିଲେ ।
ଦେଶର ସୁରକ୍ଷା ଦୃଷ୍ଟିରୁ ସରକାର ଆହୁରି ୪୩ ଟି ମୋବାଇଲ ଆପ୍କୁ ନିଷିଦ୍ଧ କଲେ !
