(୨୮/୮) ମହାମାରୀ କରୋନା ସମୟରେ ହେବାକୁ ଥିବା ନିଟ ଓ ଜେଇଇ(ମେନ୍) ପରୀକ୍ଷା ଦେବାକୁ ପରୀକ୍ଷାର୍ଥୀ ଯେପରି ଯିବାଆସିବା କରିବା ନିମନ୍ତେ ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିପାଇଁ ଆଜି ରାଜ୍ୟ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ପରୀକ୍ଷାର୍ଥୀ ନିଜ ଜିଲ୍ଲାରୁ ସୁବିଧାରେ ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ ସ୍ଥାନୀୟ ଆରଟିଓଙ୍କ ସହ ସମନ୍ୱୟ ରଖି ଆବଶ୍ୟକ ସଂଖ୍ୟକ ବସ ଯୋଗାଇ ଦେବା ସହ ଅନ୍ୟ କେତେକ ଜରୁରୀ ଦାୟିତ୍ୱ ତୁଲାଇବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ନୋଡାଲ ଅଫିସର୍ ନିଯୁକ୍ତ କରିଛନ୍ତି । ଏପରିକି ଯେଉଁ ୭ ଟି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ହେବ, ସେଠିକାର ନୋଡାଲ ଅଫିସର ଆବଶ୍ୟକସ୍ଥଳେ ପରୀକ୍ଷାର୍ଥୀଙ୍କ ରହିବା ସୁବିଧା କରିବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି । ବାଲେଶ୍ୱର, ବଲାଙ୍ଗୀର, ବରଗଡ଼, ବୌଦ୍ଧ, କଟକ, ଢେଙ୍କାନାଳ, ଝାରସୁଗୁଡ଼ା, ଫୁଲବାଣୀ, ମାଲକାନଗିରି, ପୁରୀ, ରାୟଗଡ଼ା ଓ ସୋନପୁର ଜିଲ୍ଲା ନିମନ୍ତେ ସେଠିକାର ଜିଲ୍ଲା ମୁଖ୍ୟାଳୟରେ ଥିବା ଆଇଟିଆଇର ଅଧ୍ୟକ୍ଷଙ୍କୁ ନୋଡାଲ୍ ଅଫିସର ଭାବେ ଦାୟତ୍ୱ ଦିଆଯାଇଥିବାବେଳେ ଅନୁଗୁଳ ଜିଲ୍ଲା ନିମନ୍ତେ ତାଳଚେର ଆଇଟିଆଇର ଅଧ୍ୟକ୍ଷ, ଗଞ୍ଜାମ ନିମନ୍ତେ ବ୍ରହ୍ମପୁର ଆଇଟିଆଇର ଅଧ୍ୟକ୍ଷ, କଳାହାଣ୍ଡି ନିମନ୍ତେ ଭବାନୀପାଟଣା ଆଇଟିଆଇର ଅଧ୍ୟକ୍ଷ, ଖୋର୍ଦ୍ଧା ନିମନ୍ତେ ଭୁବନେଶ୍ୱର ଆଇଟିଆଇର ଅଧ୍ୟକ୍ଷ, କେନ୍ଦୁଝର ନିମନ୍ତେ ଆନନ୍ଦପୁର ଆଇଟିଆଇର ଅଧ୍ୟକ୍ଷ, ନବରଙ୍ଗପୁର ନିମନ୍ତେ ରାୟଗଡ଼ ଆଇଟିଆଇର ଅଧ୍ୟକ୍ଷ ଓ ନୂଆପଡ଼ା ନିମନ୍ତେ ଖରିଆର ଆଇଟିଆଇର ଅଧ୍ୟକ୍ଷଙ୍କୁ ନୋଡାଲ ଅଫିସର ଭାବେ ସରକାର ନିଯୁକ୍ତ କରିଛନ୍ତି ।
ନିଟ ଓ ଜେଇଇ(ମେନ୍) ପରୀକ୍ଷା ନିମନ୍ତେ ସରକାର ୩୦ ଟି ଜିଲ୍ଲାରେ ନୋଡାଲ୍ ଅଫିସର ନିଯୁକ୍ତ କଲେ
