(୨୪/୭) ଗତ ୩ ଦିନ ହେଲା ରାଜ୍ୟରେ କରୋନାର ବିକଟାଳ ରୂପ ଦେଖିବାରେ ଲାଗିଛି । ଲଗାତାର ୩ ଦିନ ହେଲା ରାଜ୍ୟରେ କରୋନା ନୂଆ ନୂଆ ରେକର୍ଡ଼ ରଚିବାରେ ଲାଗିଛି । ଜୁଲାଇ ୨୨ ତାରିଖ ଦିନ ୧୦୭୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତ କାଲି ଅର୍ଥାତ ୨୩ ତାରିଖରେ ତାହା ବୃଦ୍ଧି ପାଇ ୧୨୬୪ ହୋଇଥିଲା ଓ ସେସବୁ ରେକର୍ଡ଼କୁ ଆଜି ଭାଙ୍ଗି ଆହୁରି ୧୫୯୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜାଣିବାକୁ ମିଳିଛି । ଏହା ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୬୯୩ ରେ ପହଂଚିଛି । ଆଜିର ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ଭିତରେ ଗଞ୍ଜାମର ସର୍ବାଧିକ ୭୩୨ ହୋଇଥିବାବେଳେ ଖୋର୍ଦ୍ଧାର ୩୨୦, କଟକର ୧୩୬, ଭଦ୍ରକର ୬୦, ସୁନ୍ଦରଗଡ଼ର ୫୬, ବୌଦ୍ଧର ୪୧, କୋରାପୁଟର ୩୩, ମୟୁରଭଞ୍ଜର ୩୨, ପୁରୀର ୩୦, ବାଲେଶ୍ୱରର ୨୨, କେନ୍ଦୁଝରର ୨୦, କନ୍ଧମାଳର ୧୭, ସମ୍ବଲପୁରର ୧୩, ଅନୁଗୁଳର ଓ ନୟାଗଡ଼ର ୧୦ ଲେଖାଏଁ, କେନ୍ଦ୍ରାପଡ଼ା ଓ ମାଲକାନଗିରିର ୯ ଲେଖାଏଁ, ଝାରସୁଗୁଡ଼ା ଓ ବରଗଡ଼ର ୮ ଲେଖାଏଁ, ବଲାଙ୍ଗୀରର ୬, ଯାଜପୁରର ୫, ସୋନପୁରର ୪, ଜଗତସିଂହପୁର, ଗଜପତି ଓ ନବରଙ୍ଗପୁରର ୩ ଲେଖାଏଁ, ଢେଙ୍କାନାଳର ୨, କଳାହାଣ୍ଡି ଓ ନୂଅପାଡ଼ାର ୧ ଜଣ ଲେଖାଏଁ ଅଛନ୍ତି । ସେହିପରି ଦେଶରେ ପୂର୍ବର ସମସ୍ତ ରେକର୍ଡ଼କୁ ଭାଙ୍ଗି ଆଜି ୪୯୩୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏଥି ସହ ରାଜ୍ୟରେ କରୋନା ଯୋଗୁଁ ଗତ ୨୪ ଘଣ୍ଟା ମଧ୍ୟରେ ୮ ଜଣଙ୍କ ମୃତ୍ୟୁ ହେବା ପରେ ମୃତ୍ୟୁ ସଂଖ୍ୟା ୧୫୩୦ ହୋଇଛି ଓ ଦେଶରେ ୩୦୬୦୧ ଜଣଙ୍କ ଏଯାଏଁ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନାନୁଯାୟୀ ଗତ କିଛି ଦିନ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେଭଳି ଭାବେ ବୃ୍ଦ୍ଧି ପାଇବାରେ ଲାଗିଛି, ଏହାକୁ ଦୃଷ୍ଟିରେ ରଖି ଜନସାଧାରଣ ଭୟଭୀତ ହେବାର ନାହିଁ । ଘରକୁ ଘର ସର୍ଭେ ଓ ଲକ୍ଷଣ ଥିବା ରୋଗୀଙ୍କ ଅଧିକ ଟେଷ୍ଟ ହେଉଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ଏପରି ବୃ୍ଦ୍ଧି ପାଇବାରେ ଲାଗିଛି ।
କରୋନାର ବିକଟାଳ ରୂପ : ଲଗାତାର ୩ ଦିନ ହେଲା କରୋନା କରୁୁଛି ନୂଆ ରେକର୍ଡ଼ !
