ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ୮୪ ବର୍ଷ ବୟସରେ ଦେହାନ୍ତ


(୩୧/୮) ଦୀର୍ଘ କିଛିଦିନ ହେଲା ନିଜ ମସ୍ତିଷ୍କର ଅସ୍ତ୍ରୋପଚାର ପରେ ହସପିଟାଲରେ ଚିକିତ୍ସାଧୀନ ରହିବା ପରେ ଆଜି ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ୮୪ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସ୍ୱର୍ଗତ ମୁଖାର୍ଜୀଙ୍କ ତିରୋଧାନ ଖବର ପ୍ରଚାର ହେବା ପରେ ଦେଶର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକସନ୍ତପ୍ତ ପରିବାର ନିମନ୍ତେ ବାର୍ତ୍ତାମାନ ପଠେଇବାରେ ଲାଗିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସର୍ଗତ ମୁଖାର୍ଜୀ ରାଷ୍ଟ୍ରପତି ଥିବା ସମୟରେ ରାଷ୍ଟ୍ରପତି ଭବନକୁ ଶିଖିବାର, ସୃଜନଶୀଳ, ସାଂସ୍କୃତି, ବିଜ୍ଞାନ ଓ ସାହିତ୍ୟ ଲାଗି ଏକ କେନ୍ଦ୍ର ଭାବେ ରୂପାନ୍ତରୀତ କରିଥିଲେ । ସ୍ୱର୍ଗତ ମୁଖାର୍ଜୀ ଭାରତର ୧୩ଶ ତମ ରାଷ୍ଟ୍ରପତି ଭାବେ ୨୦୧୨ ରୁ ୨୦୧୭ ଯାଏଁ କାର୍ଯ୍ୟ କରିଥିଲେ । ଏହା ପୂର୍ବରୁ ସେ କଂଗ୍ରେସ ଓ ୟୁପିଏ ସରକାର ଅମଳରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ତାଙ୍କୁ କଂଗ୍ରେସ ଦଳର ମୁଣ୍ଡିଆଳ ବୋଲି ମଧ୍ୟ କୁହାଯାଉଥିଲା । ସେ ପ୍ରଥମ ଅବସରପ୍ରାପ୍ତ ରାଷ୍ଟ୍ରପତି ଯିଏ କି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ରାଷ୍ଟ୍ରୀୟ ସମ୍ମିଳନୀରେ ଉଦବୋଧନ ଦେଇଥିଲେ । ସେ ଫାଶୀ ଦଣ୍ଡ ପାଇଥିବା ୩୦ ଜଣ ବ୍ୟକ୍ତିଙ୍କ ଦୟାର ଆବେଦନକୁ ପ୍ରତ୍ୟାଖ୍ୟାନ କରି ଦେଇଥିବା ମଧ୍ୟ ଆଲୋଚନା ହୁଏ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ୮୪ ବର୍ଷ ବୟସରେ ଦେହାନ୍ତ