ସୋନିଆ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦବୀରେ ଦେଖିବା ସପକ୍ଷରେ ଥିଲେ ଭୂତପୂର୍ବ ରାଷ୍ଟ୍ରପତି ଡକ୍ଟର କଲାମ !


(୦୯/୧୨) ଡକ୍ଟର ମନମୋହନ ସିଂଙ୍କୁ ରିମୋଟ୍ ପରି ସୋନିଆ ଗାନ୍ଧୀ ନିୟନ୍ତ୍ରଣ କରଥିଲେ ବୋଲି ହେଉଥିବା ଅଭିଯୋଗ ହେଉଥିବା ଅଭିଯୋଗ କେତେ ଯେ ସତ ତାହା ଭୂତପୂର୍ବ ରାଷ୍ଟ୍ରପତି ଭାରତରତ୍ନ ଡକ୍ଟର ଅବଦୁଲ କଲାମଙ୍କ ପୁସ୍ତକ ‘ଟର୍ଣ୍ଣିଂ ପଏଣ୍ଟ’ରେ ଅନେକ କଥା ଜାଣିବାକୁ ମିଳେ । ଏହି ପୁସ୍ତକରେ ଡକ୍ଟର କଲାମ ୨୦୦୪ ରେ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନ ସମ୍ପର୍କରେ ଅନେକ କିଛି ଜାଣିବାକୁ ମିଳେ । ଏହି ପୁସ୍ତକର ୧୩୪, ୧୩୫ ଓ ୧୩୬ ପୃଷ୍ଠାରେ ଡକ୍ଟର କଲାମ୍ ଲେଖିଛନ୍ତି ଯେ, “ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବାରେ ମୋର କୌଣସି ଅଭିଯୋଗ ନ ଥିଲା ।” ଡକ୍ଟର କଲାମଙ୍କ ଅନୁସାରେ ରାଜନୈତିକ ଦଳମାନଙ୍କ ଚାପ ଥିଲେ ବି ସେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦବୀରେ ଶପଥ କରାଇବାକୁ ସମ୍ପୂ୍‌ର୍ଣ୍ଣ ଭାବେ ପ୍ରସ୍ତୁତ ଥିଲେ । ସୋନିଆ ଗାନ୍ଧୀ ହିଁ ତାଙ୍କ ସମ୍ମୁଖରେ କେବଳ ସାମ୍ବିଧାନିକ ଭାବରେ ଏକମାତ୍ର ବିକଳ୍ପ ଥିଲେ । ସେହି ବର୍ଷର ଲୋକସଭା ନିର୍ବାଚନର ଫଳାଫଳ ଦେଖି ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରଧାନମନ୍ତ୍ରୀ ଭାବେ ଶପଥ ପାଠ କରାଇବାକୁ ଆମନ୍ତ୍ରଣ ପତ୍ର ପ୍ରସ୍ତୁତ ହୋଇଥିଲା । କିନ୍ତୁ ୧୮ ମେ ରେ ଯେତେବେଳେ ସେ ଡକ୍ଟର ମନମୋହନ ସିଂଙ୍କୁ ସାଙ୍ଗରେ ନେଇ ରାଷ୍ଟ୍ରପତି ଭବନକୁ ଆସିଲେ ସେତେବେଳେ ଡକ୍ଟର କଲାମ୍ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ତେବେ ୟୁପିଏ ମେଣ୍ଟ ପ୍ରତି ଥିବା ସମର୍ଥନ ପତ୍ର ଦେଖାଇବା ପରେ ଡକ୍ଟର କଲାମ ସେମାନଙ୍କ ମେଣ୍ଟର ସୁବିଧା ଅନୁସାରେ ଶପଥ ପାଠ କରାଇବାକୁ ସେ ପ୍ରସ୍ତୁତ ଥିବା କହିଥିଲେ । ତେବେ ସୋନିଆ ଗାନ୍ଧୀଙ୍କ ଏହି ନିଷ୍ପତ୍ତି ଯୋଗୁଁ ଡକ୍ଟର କଲାମ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ତାଙ୍କୁ ପୁନର୍ବାର ଡକ୍ଟର ମନମୋହନ ସିଂଙ୍କ ଲାଗି ଅନ୍ୟ ଏକ ଆମନ୍ତ୍ରଣ ପତ୍ର ପ୍ରସ୍ତୁତ କରିବାକୁ ପଡ଼ିଲା । କିନ୍ତୁ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଚାହୁଁଥିଲେ ବି ରାଷ୍ଟ୍ରପତି ଡକ୍ଟର କଲାମ ତାଙ୍କୁ ବିଦେଶୀନି ହୋଇ ଥିବାରୁ ତାଙ୍କୁ ପ୍ରଧାନମନ୍ତ୍ରୀ ହେବାକୁ ହେଲେ ସମ୍ବିଧାନିକ ପରାମର୍ଶ କରିବାକୁ ହେବ ବୋଲି ବିଜେପି ସମେତ ଅନ୍ୟାନ୍ୟ କେତେକ ଦଳ ସେତେବେଳେ ଏହା ଅପପ୍ରଚାର କରୁଥିଲେ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ସୋନିଆ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦବୀରେ ଦେଖିବା ସପକ୍ଷରେ ଥିଲେ ଭୂତପୂର୍ବ ରାଷ୍ଟ୍ରପତି ଡକ୍ଟର କଲାମ !