ସମ୍ବଲପୁରରେ ଗରିବ ଅସହାୟଙ୍କ ପାଇଁ ସ୍ୱେଚ୍ଛାସେବୀ ସଂଗଠନର ଖାଦ୍ୟ ବଣ୍ଟନ


ଲକ୍ ଡାଉନ୍ ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଓ ଅନେକେ ଏଥିପାଇଁ ଖାଇବାକୁ ପାଉ ନ ଥିବା କଥା ଆଉ ଅଛପା ହୋଇ ରହି ନାହିଁ । ଏଥିପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ବଦାନ୍ୟ ବ୍ୟକ୍ତିମାନେ ଲୋକଙ୍କୁ ଖାଦ୍ୟ ଯୋଗାଉ ଥିବା ସମସ୍ତେ ଜାଣନ୍ତି । ଏହିପରି ସମ୍ବଲପୁରରେ ସ୍ୱେଚ୍ଛାସେବୀ ସଂଗଠନ-‘ସ୍ୱେଚ୍ଛା’ ଓ ‘ସମୃଦ୍ଧି ଚାରିଟେବୁଲ ଟ୍ରଷ୍ଟ’ ତରଫରୁ ସହରର ବିଭିନ୍ନ ସ୍ଥାନ ବୁଲିବୁଲି ଖାଇବାକୁ ପାଉ ନ ଥିବା ଲୋକଙ୍କୁ ଖାଦ୍ୟ ଯୋଗାଉ ଥିବା ଜାଣିବାକୁ ମିଳିଛି । ସଂଗଠନର ଅଧ୍ୟକ୍ଷ ପ୍ରକାଶ ପୋପଟାନି ଓ ସଂପାଦିକା ମୋମିନା ଖାତୁନଙ୍କ ନେତୃତ୍ୱରେ ସଂଗଠନର ଫିରୋଜ ଆଲାମ, ଏସ୍‌କେ ସହିଦ, ମହମ୍ମଦ ଜାମସେଦ୍‌, ଅବଦୁଲ କାଦିର, ଲଳିତା ଦେବୀ, ମୁନ୍ନି ଦେବୀଙ୍କ ସମେତ ଆହୁରି କେତେକ ବ୍ୟକ୍ତି ଏହି କାର୍ଯ୍ୟ କରୁଥିବା ଜଣାପଡ଼ିଛି । ପ୍ରାୟ ୫୦୦ ପ୍ୟାକେଟ ଶୁଖା ଖାଦ୍ୟ ଏଯାଏଁ ବଣ୍ଟନ କରିଥିବା ସେମାନେ ପ୍ରକାଶ କରିଛନ୍ତି । ମହିଳାଟିଏ ହୋଇ ଏହି କାର୍ଯ୍ୟର ନେତୃତ୍ୱ ନେଇ ଥିବାରୁ ବୁଦ୍ଧିଜୀବୀ ମହଲରେ ମୋମିନା ଖାତୁନଙ୍କୁ ପ୍ରଶଂସା କରାଯାଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ସମ୍ବଲପୁରରେ ଗରିବ ଅସହାୟଙ୍କ ପାଇଁ ସ୍ୱେଚ୍ଛାସେବୀ ସଂଗଠନର ଖାଦ୍ୟ ବଣ୍ଟନ