ପ୍ରଥମେ ଫେସବୁକରେ ବନ୍ଧୁତା, ତାପରେ ଭୋପାଳ ରେଳ ଷ୍ଟେସନକୁ ଡାକି ଗଣଦୁଷ୍କର୍ମ କଲେ ରେଳବାଇ ସୁରକ୍ଷା ଅଧିକାରୀ !


(୨୭/୯) ଜଣେ ୨୨ ବର୍ଷ ବୟସ୍କ ମହିଳାଙ୍କୁ ଶନିବାର ଦିନ ଦୁଇ ଜଣ ଅଧିକାରୀ ରେଳବାଇ ଭୋପାଳରେ ମୁଖ୍ୟ ରେଳ ଷ୍ଟେସନ୍‌ରେ ଦୁଷ୍କର୍ମ କରିଥିବା ପୋଲିସ୍ ସୂତ୍ରରୁ ଜଣାପଡ଼ିଛି । ଏହି ଘଟଣାରେ ସୁରକ୍ଷା ପରାମର୍ଶଦାତା ତଥା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ୪୫ ବର୍ଷ ବୟସ୍କ ରାଜେଶ ତିୱାରୀଙ୍କୁ ଗିରଫ କରାଯାଇଥିବାବେଳେ ହିତେଶ ଚୌଧୁରୀ ନାମକ ଅନ୍ୟ ଜଣେ ଅଭିଯୁକ୍ତକୁ ରେଳବାଇ ପୋଲିସ୍ ଅଟକ ରଖିଥିବା ପିଟିଆଇ ପ୍ରକାସ କରିଛି । ପୀଡ଼ିତା ମହିଳାଙ୍କ କହିବାନୁଯାୟୀ, ରାଜେଶ ତିୱାରୀଙ୍କ ସହ ଫେସବୁକରେ ବନ୍ଧୁତା ହୋଇଥିଲା ଓ ସେ କାମ ଖଣ୍ଡିଏ ଯୋଗାଇ ଦେବେ ବୋଲି ଭୋପାଳକୁ ଡାକିଥିଲେ । ପୀଡ଼ିତା ମହିଳା ସେଠାରେ ପହଂଚିବା ପରେ ଅଭିଯୁକ୍ତ ରାଜେଶ ତିୱାରୀ ତାଙ୍କୁ ଭୋପାଳ ରେଳ ଷ୍ଟେସନ୍‌ର ଉପର କୋଠରୀକୁ ନେଇ ଯାଇଥିଲେ । ସେ ଓ ତାଙ୍କ ଅନ୍ୟ ଜଣେ ବନ୍ଧୁ ପୀଡ଼ିତାଙ୍କୁ କିଛି ପାନୀୟ ପିଇବାକୁ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୀଡ଼ିତା ଦର୍ଶାଇଛନ୍ତି । ଚେତା ଫେରିବା ପରେ ସେ ଜିଆରପି ଥାନାରେ ଅଭିଯୋଗ କରିବା ପରେ ସେଠାରେ ଗଣଦୁଷ୍କର୍ମର ଏକ ମାମଲା ପଞ୍ଜିକୃତ ହୋଇଥିଲା ଓ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ହୋଇଥିବା ଜଣାପଡ଼ିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ପ୍ରଥମେ ଫେସବୁକରେ ବନ୍ଧୁତା, ତାପରେ ଭୋପାଳ ରେଳ ଷ୍ଟେସନକୁ ଡାକି ଗଣଦୁଷ୍କର୍ମ କଲେ ରେଳବାଇ ସୁରକ୍ଷା ଅଧିକାରୀ !