ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ତହସିଲଦାର ପ୍ରଦୀପ କୁମାର କର ଅମାନିଆଁଙ୍କଠାରୁ ମାସ୍କ ନ ପିନ୍ଧିବା ଯୋଗୁଁ ଜୋରିମାନା ଆଦାୟ କରିଛନ୍ତି । ବିଶ୍ୱବ୍ୟାପୀ କରୋନା ଭୂତାଣୁରୁ ରକ୍ଷା ପାଇବା ନିମନ୍ତେ ସରକାର ସମାଜିକ ଦୂରତାରେ ରହିବା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବା ସହ ବାଇକରେ ଦୁଇଜଣ ନ ବୁଲିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । କିନ୍ତୁ ଏହି ନିୟମକୁ ଉଲଙ୍ଘନ କରି ବୁଲୁଥିବା କେତେକ ବାଇକ୍ ଚାଳକଙ୍କଠାରୁ ତହସିଲଦାର ଶ୍ରୀ କର ଜୋରିମାନା ଆଦାୟ କରିଛନ୍ତି । ତହସିଲଦାରଙ୍କ ସାଙ୍ଗରେ ଅତିରିକ୍ତ ତହସିଲଦାର ରାମଗୋବିନ୍ଦ ପରିଡ଼ା ଓ ଥାନାଧିକାରୀ ପରମାନନ୍ଦ ସୁନାନୀ ସାମାଜିକ ଦୂରତାର ଯାଂଚ କରୁଥିବାବେଳେ କେତେକ କିରାନୀ ଦୋକାନୀଙ୍କୁ ସାମାଜିକ ଦୂରତା ମାନୁ ନ ଥିବାରୁ ମଧ୍ୟ ଜୋରିମାନା ଆଦାୟ କରିଥିଲେ । ଏହି ଅଭିଯାନ ଆଗକୁ ଜାରି ରହିବ ଓ ଜନସାଧାରଣ ସହଯୋଗ କରିବାକୁ ତହସିଲଦାର ଓ ଥାନାଧିକାରୀ ନିବେଦନ କରିଛନ୍ତି ।
ମାସ୍କ ନ ପିନ୍ଧିବା ଯୋଗୁଁ ନବରଙ୍ଗପୁରରେ ତହସିଲଦାରଙ୍କ ଜୋରିମାନା ଆଦାୟ
