ନବରଙ୍ଗପୁରରେ କରୋନା ଯୋଦ୍ଧାଙ୍କ ପାଇଁ ପୁଷ୍ପ ବୃଷ୍ଟି


କରୋନା ସଙ୍କଟ ସମୟରେ ନିଜ ଜୀବନକୁ ବାଜି ଲଗାଇ ଯୋଦ୍ଧା ସାଜିଛନ୍ତି ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ । ତେବେ ନବରଙ୍ଗପୁର ଜିଲ୍ଲା ନାଗରିକ ମଂଚ ପକ୍ଷରୁ ଏମାନଙ୍କୁ ସମ୍ମାନିତ କରାଯିବା ପୂର୍ବକ ସେମାନଙ୍କ ଉପରେ ପୁଷ୍ପ ବୃଷ୍ଟି କରାଯାଇଛି । କରୋନା ବିଶ୍ୱରେ କାୟା ବିସ୍ତାର କରି ଅନେକ ଲୋକଙ୍କ ପ୍ରାଣ ନେଉଥିବାବେଳେ ସ୍ୱାସ୍ଥ୍ୟ ବିଭାଗର ଏହି ଯୋଦ୍ଧାମାନେ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି । ତେଣୁ ଏହି ଯୋଦ୍ଧାଙ୍କ ସମ୍ମାନରେ ସେମାନଙ୍କ ଉପରେ ପୁଷ୍ପ ବୃଷ୍ଟି କରାଯିବା ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଥିବା ମଂଚ ପ୍ରକାଶ କରିଛି । ଏହିଭଳି ସମ୍ମାନ ପ୍ରଦର୍ଶନ ଦ୍ୱାରା କରୋନା ଯୋଦ୍ଧାଙ୍କ ମନୋବଳ ଅଧିକ ସୁଦୃଢ଼ ହୋଇପାରିବ ବୋଲି ନାଗରିକ ମଂଚ ଆଶା ପ୍ରକାଶ କରିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ନବରଙ୍ଗପୁରରେ କରୋନା ଯୋଦ୍ଧାଙ୍କ ପାଇଁ ପୁଷ୍ପ ବୃଷ୍ଟି