ବିଡ଼ମ୍ବନା : ହରିଆଣାର ସରକାରୀ ମେଡିକାଲ କଲେଜରେ ପଢ଼ିବା ପାଇଁ ସରକାର ୪୦ ଲକ୍ଷ ଟଙ୍କାକୁ ଫି ବୃ୍‌ଦ୍ଧି କଲେ !


(୦୮/୧୧) ହରିଆଣାର ଖଟ୍ଟର ସରକାର ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ଲୋକଙ୍କ ଉପରେ ଗୋଟିଏ ପରେ ଗୋଟିଏ ପ୍ରହାର କରି ଚାଲିଛନ୍ତି । ଅନୁସୂଚିତ ଜାତିର ଛାତ୍ରଙ୍କୁ ମିଳୁଥିବା ଛାତ୍ରବୃତ୍ତିରେ ହୋଇଥିବା ଘୋଟାଲାର ତଦନ୍ତ ସରି ନାହିଁ କି କେହି ବି ଦୋଷୀ ଚିହ୍ନଟ ହୋଇ ନାହାନ୍ତି, ବରଂ ସେହି ବର୍ଗର ଅନେକ ସୁବୁଧାସୁଯୋଗ ସରକାର ବନ୍ଦ କରି ଦେଇଛନ୍ତି । ଏହି ପ୍ରକାରେ ହରିଆଣା ଷ୍ଟାଫ ସିଲେକ୍ସନ୍ କମିସନରେ ୧୪ ରୁ ଅଧିକ ପ୍ରଶ୍ନପତ୍ର ଲିକ ଘଟଣା ହୋଇଥିବାବେଳେ ଏଯାଏଁ ଦୋଷୀକୁ ଚିହ୍ନଟ କରାଯାଇ ନଥିବାବେଳେ କାହାକୁ ଦଣ୍ଡ ମିଳିବା ତ ଦୂରର କଥା । ଦେଶର ସବୁଠାରୁ ବେକାରୀ ସମସ୍ୟା ହରିଆଣାରେ ୩୩.୫ ପ୍ରତିଶତ ଥିବାବେଳେ ରାଜ୍ୟରେ ସରକାରୀ ସଂସ୍ଥା ଗୁଡ଼ିକରେ ଚାକିରୀ ଦିଆଯାଉ ନାହିଁ, ଅନ୍ୟ ପକ୍ଷରେ ଛାତ୍ରଛାତ୍ରୀ ପଢ଼ିବା ଫିଜ ସରକାର ବୃଦ୍ଧି କରି ଚାଲିଛନ୍ତି ବୋଲି କଂଗ୍ରେସ ପ୍ରବକ୍ତା ଶ୍ରୀ ସୂର୍ଯ୍ୟେବାଲା ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ଗତ ୬ ତାରିଖ ଦିନ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ପୂର୍ବରୁ ସରକାରୀ ମେଡିକାଲ କଲେଜରେ ପଢ଼ିବା ପାଇଁ ବାର୍ଷିକ ପାଠପଢ଼ା ଖର୍ଚ୍ଚ ୫୩ ହଜାର ଟଙ୍କା ଓ ହଷ୍ଟେଲ ଫିଜ୍ ୧୫-୨୦ ହଜାର ଟଙ୍କା ଥିବାବେଳେ ଏବେ ତାହା ବାର୍ଷିକ ୧୦ ଲକ୍ଷକୁ ସରକାର ବୃ୍‌ଦ୍ଧି କରିଛନ୍ତି, ଫଳରେ ଏବେ ଚାରି ବର୍ଷ ପାଇଁ ପିଲା ୪୦ ଲକ୍ଷ ଗଣିବେ । ଏବେ ଚାରି ବର୍ଷ ନିମନ୍ତେ ପିଲାଙ୍କୁ ୩,୭୧,୨୮୦ ଟଙ୍କାର ଫିଜ ଦେବାକୁ ପଡ଼ିବ ଓ ତା ସହ ୩୬,୨୮,୨୭୦ ଟଙ୍କାର ଋଣ ଶୁଝିବାକୁ ପଡ଼ିବ । ଏହି ପ୍ରକାରେ ପିଲାଙ୍କୁ ୪୦ ଲକ୍ଷ ଟଙ୍କା ଗଣିବାକୁ ହେବ । ଯଦି ପିଲାଏ ବାର୍ଷିକ ୭ ବର୍ଷର ସୁଧ ଯଦି ୬% ହିସାବରେ ଦେବେ, ତେବେ ସରକାରୀ ମେଡିକାଲ କଲେଜ୍‌ରେ ଏମବିବିଏସ୍ ପଢ଼ିବାକୁ ପ୍ରାୟ ୫୫ ଲକ୍ଷ ଟଙ୍କା ଦେବାକୁ ହେବ । କିନ୍ତୁ ଦୁଃଖର କଥା, ଘରୋଇ ମେଡିକାଲ କଲେଜରେ ଏହି ପାଠ ପଢ଼ିବା ପାଇଁ ଚାରି ବର୍ଷ ଭିତରେ ୧୮ ରୁ ୨୦ ଲକ୍ଷ ଟଙ୍କା ଲାଗୁଥିବାବେଳେ ଏବେ ସରକାରୀ ମେଡିକାଲ କଲେଜରେ ପାଠପଢ଼ା ତାଠାରୁ ଦୁଇ ଗୁଣରୁ ବି ଅଧିକ ହୋଇଛି । ଏହା ଫଳରେ ପୂର୍ବରୁ ମାତ୍ର ୩ ଲକ୍ଷ ଟଙ୍କା ଖର୍ଚ୍ଚ କରି ଜଣେ ଗରିବ ମେଧାବୀ ପିଲା ଏମବିବିଏସ୍ ପଢ଼ି ପାରୁଥିବାବେଳେ ଏବେ ସେମାନେ କୋଉଠୁ ଏହି ମୋଟା ଅଙ୍କର ଅର୍ଥ ସରକାରଙ୍କୁ ଦେଇ ପାରିବେ ବୋଲି ଶ୍ରୀ ସୂର୍ଯ୍ୟେବାଲା ପ୍ରଶ୍ନ କରିଛନ୍ତି । ଘରୋଇ ମେଡିକାଲ୍ କଲେଜକୁ ପ୍ରୋତ୍ସାହନ ଦେବାକୁ ସରକାର ଏପରି ଭାବେ ପାଠପଢ଼ା ଫିଜ ବୃଦ୍ଧି କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ବିଡ଼ମ୍ବନା : ହରିଆଣାର ସରକାରୀ ମେଡିକାଲ କଲେଜରେ ପଢ଼ିବା ପାଇଁ ସରକାର ୪୦ ଲକ୍ଷ ଟଙ୍କାକୁ ଫି ବୃ୍‌ଦ୍ଧି କଲେ !