ସ୍କୁଲ-କଲେଜ-କୋର୍ଟ-କଚେରୀରେ କେବଳ କରୋନା ଭୟ, ହେଲେ ନିର୍ବାଚନ ପ୍ରଚାରବେଳେ ତାହା ଉଭେଇ ଯାଉଛି କାହିଁକି ?


(୦୭/୧୧) କରୋନାକୁ ନେଇ ଲୋକଙ୍କ ମନରେ ଯେଭଳି ଆତଙ୍କର ବାତାବରଣ ସୃଷ୍ଟି ହେଲା, ସତେ ଯେମିତି କରୋନା ହିଁ ସବୁଠୁ ବଡ଼ ରୋଗ ବୋଲି ଲୋକେ ଭାବିନେଲେ ଓ ଏଥିୁର ତ୍ରାହି ପାଇବା ଯେମିତି ଆଉ ସମ୍ଭବ ନୁହେଁ । ସେଥିପାଇଁ ସେମାନଙ୍କୁ ଘରୁ ବାହାରି କୁଆଡ଼େ ଯିବାକୁ ବି ସରକାର ନିୟମ କାନୁନ୍ ଦେଖାଇ ବାରଣ କଲେ । ତେବେ ଏହି କରୋନାକୁ ନେଇ ଲୋକଙ୍କ ମଧ୍ୟରେ ଯେପରି ସନ୍ଦେହ ଉପୁଜୁଛି, ତାହା କେତେ ସତ କେତେ ମିଛ କେବଳ କରୋନାର ଚିକିତ୍ସା କରୁଥିବା ଡାକ୍ତରମାନେ ଭଲରେ ଜାଣିପାରିବେ । କିନ୍ତୁ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ହେଉଥିବା ଉପ-ନିର୍ବାଚନ ଓ ବିହାର ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ହେଉଥିବା ଜନସମାଗମକୁ ଦେଖିଲେ, କରୋନା ଯେ ସତରେ ଏଡ଼େ ଭୟଙ୍କର ତାହା ବିଶ୍ୱାସ କରିବା ମୁସ୍କିଲ ହୋଇପଡ଼େ । କିନ୍ତୁ କରୋନାର ଭୟାବହତା ଦର୍ଶାଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏତେ ଦିନଯାଏଁ ସ୍କୁଲ ନ ଖୋଲି ଅନଲାଇନରେ ପିଲାଙ୍କୁ ପାଠ ପଢ଼ାଇବାକୁ ଯେଉଁ ପରାମର୍ଶ ଦେଉଛନ୍ତି, ତାହା ପ୍ରକୃତରେ ସହଜରେ ବୁଝି ହୁଏ ନାହିଁ । ଏବେ ତ ରାଜ୍ୟ ସରକାର ନଭେମ୍ବର ୧୫ ପରେ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିବେ ବୋଲି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ, ରାଜ୍ୟର ସମସ୍ତ ଉଚ୍ଚ ୍‌ପ୍ରାଥମିକ ବିଦ୍ୟାଳୟ ଡିସେମ୍ବର ୩୧ ଯାଏଁ ବନ୍ଦ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ତେବେ ଏଠାରେ ପ୍ରଶ୍ନ ଯେ, ରାଜନୈତିକ ନେତାମାନଙ୍କ ଭବିଷ୍ୟତ ସ୍ଥିର କରିବାକୁ ହେଉଥିବା ନିର୍ବାଚନ ପ୍ରଚାର ସମୟରେ ହଜାର ହଜାର ଲୋକଙ୍କ ଜନସମାଗମ ହେଉଥିବାବେଳେ, ସେତେବେଳେ ସରକାର କରୋନାଠୁ ଦୂରେଇ ରହିବାକୁ ଲୋକଙ୍କ ଜନସମାଗମ କରିବାକୁ କାହିଁକି ପଛଘୁଂଚା ଦେଉ ନାହାନ୍ତି? ନିର୍ବାଚନ ରାଜନୀତିରେ ନେତାମାନେ କ’ଣ ଏତେ ସ୍ୱାର୍ଥପର ହୋଇ ଗଲେଣି ଯେ, ଲୋକଙ୍କୁ କରୋନା ହେଲେ ହେଉ ପଛେ ଆମର କ୍ୟାରିଅର୍ ତ ବରବାଦ୍ ନ ହେଉ ବୋଲି ସେମାନେ ଭାବୁଛନ୍ତି ? ଯଦି ରାଜନେତାଙ୍କ ଭବିଷ୍ୟତ ଗଠନ କରିବାର ନିର୍ବାଚନ ପ୍ରଚାରବେଳେ କରୋନା ଭୂତାଣୁର ସଂକ୍ରମଣ ହେଉ ନାହିଁ, ତେବେ ଦେଶର ଭବିଷ୍ୟତର ନାଗରୀକଙ୍କ ଭବିଷ୍ୟତ ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ସ୍କୁଲ ଓ କଲେଜ ଖୋଲିଗଲେ କରୋନା ହେବ ବୋଲି କେଉଁ ଯୁକ୍ତି ଆଧାରରେ ସରକାର ଏପରି ନିୟମ କରୁଛନ୍ତିି? ନା, ପ୍ରକୃତରେ କରୋନାର ପ୍ରଭାବ ନଥିବାରୁ ଲୋକଙ୍କୁ ଆତଙ୍କିତ କରି ରଖିବାକୁ କେବଳ ସରକାର ଏହି ସବୁ ନିୟମକାନୁନ କରିଛନ୍ତି, ଏପରି ଗୁଡ଼ାଏ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରେ । ଡିସେମ୍ବର ମାସ ଶେଷଯାଏଁ ଯଦି ସ୍କୁଲ ବନ୍ଦ ରହିଲା, ତେବେ ଆଉ ଦୁଇ ମାସ ଅର୍ଥାତ ମାର୍ଚ୍ଚ ମାସରେ ସାଧାରଣତଃ ବାର୍ଷିକ ପରୀକ୍ଷା ହୁଏ । ତେବେ ପିଲାଙ୍କ ସ୍କୁଲ ପରୀକ୍ଷା ବି ନ କରି ସରକାର ଏହି ଆଳରେ ପିଲାଙ୍କୁ ଉପର ଶ୍ରେଣୀକୁ ଏଥର ଉନ୍ନୀତ କରି ଦେବେନି ତ? ଯଦି ପିଲାଙ୍କ ଭବିଷ୍ୟତ ନଷ୍ଟ କରି ସେମାନଙ୍କ ଉପରେ ହୁକୁମ ଜାହିର୍ କରିବାକୁ କୌଣସି ସରକାର ବା ସେଥିରେ ଥିବା କୌଣସି ମୂରବୀଙ୍କ ମନୋଭାବ ଏଇଆ ଥାଏ, ତେବେ ଏହି ରାଜ୍ୟ ବା ଦେଶ ଯେ ଶିକ୍ଷା କ୍ଷେତ୍ରରେ ବହୁ ପଛକୁ ଚାଲି ନଯିବ, ତାହା କେହି କଣ ଅସ୍ୱୀକାର କରିପାରେ ?

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ସ୍କୁଲ-କଲେଜ-କୋର୍ଟ-କଚେରୀରେ କେବଳ କରୋନା ଭୟ, ହେଲେ ନିର୍ବାଚନ ପ୍ରଚାରବେଳେ ତାହା ଉଭେଇ ଯାଉଛି କାହିଁକି ?