କୃଷକ ଆନ୍ଦୋଳନ ପାଇଁ ସରକାରଙ୍କ କରୋନା ଭୟ, ହେଲେ ଗୃହମନ୍ତ୍ରୀଙ୍କ ନିର୍ବାଚନୀ ସଭାରେ ସେ ଭୟ ନାହିଁ !


(୩୦/୧୧) ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସଂସଦରେ ପାସ ହୋଇଥିବା କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା କୃଷକଙ୍କ ସମର୍ଥନରେ ଏବେ ଆନ୍ନା ହଜାରେ ମଧ୍ୟ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ର ସରକାର କୃଷକମାନଙ୍କ ଦାବିକୁ ଗୁରୁତର ଭାବେ ନେଇ ସେମାନଙ୍କ ସହ ଆଲୋଚନା କରିବାକୁ ଆଗକୁ ଆସିବାକୁ ହେବ । ପ୍ରଖ୍ୟାତ ସମାଜସେବୀ ତଥା ବଲିଉଡ୍ ଅଭିନେତା ସୋନୁ ସୁଦ୍ ମଧ୍ୟ କୃଷକମାନଙ୍କୁ ସମର୍ଥନ କରି ସେମାନଙ୍କ ସହ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି । କେବଳ ଏ ଦୁହେଁ ନୁହେଁ, କ୍ରିକେଟିଅର୍ ହରଭଜନ ସିଂ ମଧ୍ୟ କୃଷକମାନଙ୍କୁ ସମର୍ଥନ ଜଣାଇ ସେମାନଙ୍କ ସପକ୍ଷରେ ମୁହଁ ଖୋଲି ସରକାର ସେମାନଙ୍କ ଦାବିକୁ ଗମ୍ଭୀର ଭାବେ ବିଚାର କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି । ତେବେ ଆନ୍ଦୋଳନରତ କୃଷକମାନଙ୍କ ହାବୁଡ଼ରେ ହରିଆଣାର ମନ୍ତ୍ରୀ ଅନିଲ ୱିଜ ପଡ଼ିବାରୁ ସେମାନେ ତାଙ୍କର ପ୍ରବଳ ବିରୋଧ କରିବା ସହ ବିଭିନ୍ନ ଶ୍ଲୋଗାନ ଦେଇଥିଲେ । ଫଳରେ ମନ୍ତ୍ରୀଙ୍କୁ ଟିକିଏ ଅପଦସ୍ତ ହେବାକୁ ପଡ଼ିଥିଲା । ତେବେ ଆନ୍ଧ୍ରପ୍ରଦେଶକୁ ନିର୍ବାଚନ ପ୍ରଚାର ପାଇଁ ଯାଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ରୋଡ୍ ସୋ ଓ ସଭାମାନଙ୍କରେ ଅସଂଖ୍ୟ ଲୋକ ପାଖାପାଖି ଛିଡ଼ା ହେଉଥିଲେ ବି ସେଠି ଲୋକଙ୍କୁ କରୋନା ଭୟ ନଥିବାବେଳେ ଦିଲ୍ଲୀରେ ଆନ୍ଦୋଳନରତ କୃଷକମାନଙ୍କୁ ସରକାର କରୋନା ବ୍ୟାପିବାର ଭୟ ଦେଖାଉଥିବା ସୋସିଏଲ ମିଡିଆରେ ବ୍ୟାପକ ସମାଲୋଚନା କରାଯାଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing କୃଷକ ଆନ୍ଦୋଳନ ପାଇଁ ସରକାରଙ୍କ କରୋନା ଭୟ, ହେଲେ ଗୃହମନ୍ତ୍ରୀଙ୍କ ନିର୍ବାଚନୀ ସଭାରେ ସେ ଭୟ ନାହିଁ !