(୦୬/୯) ବଲିଉଡ୍ ଅଭେନେତା ସୁଶାନ୍ତ ସିଂ ରାଜପୁତ ହତ୍ୟା ଘଟଣାରେ ରିୟା ଚକ୍ରବର୍ତ୍ତିଙ୍କ ସମ୍ପର୍କରେ ତାଙ୍କ ବାପା ତଥା ସେନାବାହିନୀର ଅବସରପ୍ରାପ୍ତ ସର୍ଜନ ଇନ୍ଦ୍ରଜିତ ଚକ୍ରବର୍ତ୍ତି ମୌନବ୍ରତ ଭାଙ୍ଗିଛନ୍ତି । ନିଜ ପୁଅର ଗିରଫ ହେବା ପରେ ସେ ସିବିଆଇର ପଦକ୍ଷେପକୁ କଟାକ୍ଷ କରି କହିଛନ୍ତି ଯେ, ଆପଣ ମୋ ପୁଅକୁ ଗିରଫ କଲେ, ଆଗକୁ ମୋ ଝିଅର ପାଳି ଆସୁଛି । ଆପଣ ସଫଳ ଭାବେ ଏକ ମଧ୍ୟବିତ୍ତ ପରିବାରକୁ ଭାଙ୍ଗିଛନ୍ତି । ହେଲେ ଏହା ବି ମାନିବାକୁ ହେବ ଯେ ନ୍ୟାୟ ପାଇଁ ପ୍ରତ୍ୟେକ ଜିନିଷକୁ ଯଥାର୍ଥ ବୋଲି ପ୍ରତିପାଦନ କରିବାକୁ ହୁଏ । ଜୟ ହିନ୍ଦ୍ । ରିୟା ଚକ୍ରବର୍ତ୍ତିଙ୍କ ବାପା କ୍ଷୋଭର ସହ ନିଜ ଟ୍ୱିଟରେ ଏହା ପ୍ରକାଶ କରିଛନ୍ତି । ବିଶିଷ୍ଟ ଟେଲିଭିଜନ ସଂପାଦକ ରାଜଦୀପ ସରଦେଶାଇ କରିଥିବା ଏହି ଟ୍ୱିଟକୁ ୩୧ ହଜାରରୁ ଅଧିକ ଲୋକ ଲାଇକ୍ କରିଛନ୍ତି ।
ଅଭିନେତ୍ରୀ ରିୟା ଚକ୍ରବର୍ତ୍ତିଙ୍କ ବାପା କହିଲେ, ଆପଣ ସଫଳ ଭାବେ ଏକ ମଧ୍ୟବିତ୍ତ ପରିବାରକୁ ଭାଙ୍ଗିଛନ୍ତି !
