କେନ୍ଦ୍ର ଗୃହମନ୍ତ୍ରୀଙ୍କ ପ୍ରସ୍ତାବକୁ କିସାନ ଆନ୍ଦୋଳନର ପ୍ରମୁଖ ସଂଗଠନ ପ୍ରତ୍ୟାଖ୍ୟାନ କଲେ !


(୨୯/୧୧) କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ନିଷ୍ପତ୍ତିମାନଙ୍କ ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କୃଷକ ଦିଲ୍ଲୀର ଆନ୍ତରାଜ୍ୟ ସୀମାକୁ ଅବରୋଧ କରି ବିରୋଧ ପ୍ରଦର୍ଶନ କରିଛନ୍ତି । କୌଣସିମତେ ଏହି ଆନ୍ଦୋଳନକୁ ବନ୍ଦ କରିବାକୁ କେନ୍ଦ୍ର ସରକାର ଚେଷ୍ଟା କରିଥିଲେ କୃଷକମାନଙ୍କ ଆଗରେ ସରକାର ନତ ମସ୍ତକ ହେଲା ଭଳି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସର୍ତ୍ତମୂଳକ ଭାବେ ସେମାନଙ୍କୁ ଆଲୋଚନା ପାଇଁ ଆମନ୍ତ୍ରଣ କରିଥିଲେ ବି କୃଷକ ସଂଗଠନ ପକ୍ଷରୁ ସେହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଛି । ବିଶେଷ କରି ଏହାର ନେତୃତ୍ୱ ନେଉଥିବା ପଞ୍ଜାବ ପ୍ରଦେଶର କୃଷକମାନେ ‘ମର ବା ମାର’ ନୀତି ଆପଣାଇଥିବା କେତେକ କୃଷକ ନେତା ପ୍ରକାଶ କରିଥିବା ଜଣା ପଡ଼ିଛି । ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ନୂତନ କୃଷି ବିଲ ସଂସଦରେ ଆଗତ ହେବା ଦିନଠାରୁ କୃଷକମାନେ ଏହି ବିଲକୁ ସରକାର ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରି ଦିଲ୍ଲୀର ଇଣ୍ଡଆ ଗେଟ୍ ସମେତ ଦେଶର ବିଭ୍‌ିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରି ଆସୁଛନ୍ତି । କିନ୍ତୁ ଏହାପରେ ମଧ୍ୟ କେନ୍ଦ୍ର ସରକାର କୌଣସି ନରମ ମନୋଭାବ ପୋଷଣ ନ କରିବାରୁ ପଞ୍ଜାବ, ହରିଆଣା, ଉତ୍ତରାଖଣ୍ଡ, ରାଜସ୍ଥାନ, କେରଳ ଭଳି ବିଭିନ୍ନ ରାଜ୍ୟର କୃଷକ ଏବେ ଦିଲ୍ଲୀରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରାସ୍ତାଗୁଡ଼ିକୁ ଅବରୋଧ କରି ବିରୋଧ ପ୍ରଦର୍ଶନ କରୁଛନ୍ତି । ଦୁଇ ଦିନ ତଳେ ହରିଆଣା ଓ ଦିଲ୍ଲୀର ସୀମାବର୍ତ୍ତ ଏକ ନଦୀର ପୋଲ ଉପରେ ସେମାନଙ୍କ ଉପରକୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯିବା ସହ ପାଣି ମଧ୍ୟ ମାଡ଼ କରାଯାଇଥିଲା । ସେମାନଙ୍କ ଭିତରୁ ଅନେକ ଆହତ ହୋଇଥିଲେ ବି ଯେପର୍ଯ୍ୟନ୍ତ ସରକାର ଏହି କୃଷକ ବିଲରେ ନ୍ୟୁନତମ ଗ୍ୟାରେଣ୍ଟି ରାଶିର ମୂଲ୍ୟ ଉଲ୍ଲେଖ କରି ନାହାନ୍ତି ବା ଏହି ବିଲକୁ ପ୍ରତ୍ୟାହାର କରି ନାହାନ୍ତି । ସେପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନର ନେତୃତ୍ୱ ନେଉଥିବା କୃଷକମାନେ ଚେତାବନୀ ଦେଇଛନ୍ତି । ହେଲେ ସରକାରଙ୍କ ଉପରେ କୃଷକଙ୍କ ଚାପ ବଢ଼ିବାରେ ଲାଗିଥିବାବେଳେ ଏବେ ବିଦ୍ୟୁତ ଘରୋଇକରଣ ନେଇ ଆଗତ ହୋଇଥିବା ନୂଆ ବିଦ୍ୟୁତ ବିଲକୁ ମଧ୍ୟ ସରକାର ପ୍ରତ୍ୟାହାର କରନ୍ତୁ ବୋଲି ସଂଗଠନ ପକ୍ଷରୁ ଦାବି କରାଯାଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing କେନ୍ଦ୍ର ଗୃହମନ୍ତ୍ରୀଙ୍କ ପ୍ରସ୍ତାବକୁ କିସାନ ଆନ୍ଦୋଳନର ପ୍ରମୁଖ ସଂଗଠନ ପ୍ରତ୍ୟାଖ୍ୟାନ କଲେ !