(୦୨/୮) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଗଣ୍ଡପାଲି ଗ୍ରାମର ଚାଷୀମାନେ କେତେକ ବୈଷୟୀକ ସମସ୍ୟା ଯୋଗୁଁ ସେମାନେ କୃଷିବୀମା କରି ପାରି ନ ଥିବାରୁ ସ୍ଥାନୀୟ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ଲିଖିତ ଆକାରରେ ଅଭିଯୋଗ କରିଛନ୍ତି । ସେମାନଙ୍କ ଅନୁଯାୟୀ ସେମାନେ ରହୁଥିବା ଗଣ୍ଡପାଲି ଗ୍ରାମରେ ପ୍ରାୟ ହଜାରେ ଲୋକ ବସବାସ କରନ୍ତି ଓ ସେମାନେ ମୋଟ ଉପରେ ଚାଷ ଉପରେ ନିର୍ଭର କରିଥାନ୍ତି । ତେବେ କୃଷିବୀମା ଆରମ୍ଭ ହେବା ଦିନଠାରୁ ଏଯାଏଁ ତାଙ୍କର ପ୍ଲଟ୍ କୃଷିବୀମା ପୋଟାଲରେ ଦେଖାଯାଉ ନାହିଁ । ସେଥିପାଇଁ ତାଙ୍କ ଗ୍ରାମର କୌଣସି ଚାଷୀ ବି ଏଯାଏଁ ଫସଲ ବୀମା କରି ପାରି ନାହାନ୍ତି । ସ୍ଥାନୀୟ ସରପଂଚଙ୍କଠୁ ଆରମ୍ଭ କରି ତହସିଲଦାର ଓ କୃଷି ବିଭାଗକୁ ମଧ୍ୟ ସେମାନେ ଏ ବିଷୟରେ ଅବଗତ କରିଥିଲେ ବି ଏଯାଏଁ ଏ ସମସ୍ୟାର ସମାଧାନ ହୋଇପାରି ନାହିଁ । ତେଣୁ ଏହାର ଉପଯୁକ୍ତ ସମାଧାନ କରିବାକୁ ସ୍ଥାନୀୟ ବିଧାୟକଙ୍କୁ ସେମାନେ ଜଣାଇଛନ୍ତି ।
ବୈଷୟୀକ ସମସ୍ୟା ଯୋଗୁଁ କୃଷିବୀମା କରି ନ ପାରିବାରୁ ବିଧାୟକଙ୍କ ହସ୍ତକ୍ଷେପ ଲୋଡ଼ିଲେ ଚାଷୀ
