ଶୀତତାପ ନିୟନ୍ତ୍ରିତ ଟ୍ରାକ୍ଟର-ଟ୍ରଲୀ ନେଇ କୃଷକ ଆନ୍ଦୋଳନରେ ପହଂଚିଲେ ଉତ୍ତରାଖଣ୍ଡର ଚାଷୀ !


(୦୬/୧୨) କୃଷି ବିଲ୍ ବିରୁଦ୍ଧରେ ଦିଲ୍ଲୀ-ହରିଆଣା ସୀମାରେ କୃଷକମାନଙ୍କ ଦୀର୍ଘ ୧୧ ଦିନ ହେଲା ଚାଲିଥିବା ଆନ୍ଦୋଳନରେ ଆଜି ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ପହଂଚି ଆନ୍ଦୋଳନରତ ଚାଷୀମାନଙ୍କୁ ଉଦବୋଧନ ଦେଇଥିଲେ । ଚାଷୀମାନଙ୍କ ଉତ୍ସାହ ଦେଖି ସରକାର ନିଶ୍ଚୟ ଏହି ଚାଷୀ ବିରୋଧି ଆଇନ ପ୍ରତ୍ୟାହାର କରି ନେବେ ବୋଲି ଶ୍ରୀ ଭୂଷଣ ଉଦବୋଧନ ଦେବା ଅବସରରେ କହିଥିଲେ । ତେବେ ଆଜି ଉତ୍ତରାଖଣ୍ଡରୁ ଅନେକ ଚାଷୀ ନିଜ ନିଜ ଟ୍ରାକ୍ଟର-ଟ୍ରଲୀ ନେଇ ଆନ୍ଦୋଳନ ସ୍ଥଳରେ ପହଂଚିଛନ୍ତି । ଏହି ହାଡ଼ ଭଙ୍ଗା ଶୀତ ସମୟରେ ବୟସ୍କ ଚାଷୀମାନଙ୍କ ସ୍ୱାସ୍ଥ୍ୟରେ ଯେପରି ଅବନତି ନ ହୁଏ, ସେଥିପାଇଁ ସେ ଭିତରୁ କେତେକ ଟ୍ରାକ୍ଟର-ଟ୍ରଲୀରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି । ଏସିଏନ୍ ନ୍ୟୁଜ୍ ଇଣ୍ଟରନେସନାଲ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ କେତେକ ଟ୍ରଲୀରେ ଇନଭର୍ଟର, ଶୀତତାପ ନିୟନ୍ତ୍ରିତ ଯନ୍ତ୍ର, ଖଟିଆ ଓ ମୋବାଇଲ ଚାର୍ଜ କରିବାକୁ ଚାର୍ଜିଂ ପଏଣ୍ଟ ସମେତ ଅନ୍ୟାନ୍ୟ ସୁବିଧା ଥିବା ଦେଖାଯାଇଛି । ଏହି ଟ୍ରଲୀକୁ ଏପରି ଭାବେ ପ୍ରସ୍ତୁତ କରାଯାଇଛି, ଯେପରି ବୟସ୍କ ଚାଷୀମାନେ ଭଲ ଭାବରେ ଟିକିଏ ଆରାମ କରିପାରିବେ ବୋଲି ଜଣେ ଚାଷୀ ପ୍ରକାଶ କରିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଶୀତତାପ ନିୟନ୍ତ୍ରିତ ଟ୍ରାକ୍ଟର-ଟ୍ରଲୀ ନେଇ କୃଷକ ଆନ୍ଦୋଳନରେ ପହଂଚିଲେ ଉତ୍ତରାଖଣ୍ଡର ଚାଷୀ !