(୦୬/୧୧) କୃଷି ଆଇନ୍କୁ ସରକାର ସଂସଦରରେ ପାସ୍ କରିଥିଲେ ବି ଏ ନେଇ ହୋଇଥିବା ଆନ୍ଦୋଳନ ଏବେ ମଧ୍ୟ ଜାରି ରହିଛି । ଗତକାଲି ଦେଶର ୨୦ ଟି ରାଜ୍ୟର ୫୦୦୦ ରୁ ଅଧିକ ସ୍ଥାନରେ ୧୦ ଲକ୍ଷରୁ ଅଧିକ କୃଷକ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ବିରୋଧୀ କାର୍ଯ୍ୟକ୍ୁ ବିରୋଧ କରିଛନ୍ତି । ଏହି ବିରୋଧ କାର୍ଯ୍ୟକ୍ରମରେ ପ୍ରସ୍ତାବିତ ବିଜୁଳି ସଂଶୋଧନ ବିଲକୁ ମଧ୍ୟ କୃଷକମାନେ ବିରୋଧ କରିଛନ୍ତି । ପଞ୍ଜାବ ଓ ହରିଆନାର ଚାଷୀ ଏହି ବିରୋଧ କାର୍ଯ୍ୟକ୍ରମରେ ଜାତୀୟ ରାଜପଥକୁ ଅବରୋଧ କରିବାରେ ଅଧିକ ପରିମାଣରେ ଯୋଗ ଦେଇଥିବାବେଳେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡ଼ୁ, କର୍ଣ୍ଣାଟକର ଚାଷୀ ଓ କୃଷିକାର୍ଯ୍ୟ କରୁଥିବା ଶ୍ରମିକ ଏଥିରେ ବହୁଳ ଭାବେ ଯୋଗ ଦେଇଥିବା ସୂଚନା ମିଳିଛି । ଏହି ରାସ୍ତା ଅବରୋଧ ସମୟରେ ଆମ୍ବୁଲାନ୍ସ, ରୋଗୀ ନେଇଯାଇଥିବା ମଟରଗାଡ଼ି, ପେଟ୍ରୋଲ ଓ ଏଲପିଜି ଗ୍ୟାସ ବୋଝେଇ ଗାଡ଼ିକୁ ଅବରୋଧରୁ ବାଦ୍ ଦିଆ ଯାଇଥିଲା ।
ଦେଶର ୨୦ ଟି ରାଜ୍ୟର ୫୦୦୦ ଟି ସ୍ଥାନରେ କୃଷି ଆଇନ୍ ବିରୋଧରେ ୧୦ ଲକ୍ଷ ଚାଷୀ ପ୍ରଦର୍ଶନ କଲେ !
