(୦୫/୮) ପୂର୍ବରୁ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଗଣ୍ଡପାଲି ଗ୍ରାମର ଚାଷୀ ଫସଲ ବୀମାରୁ ବଞ୍ଚିତ ହେବା ସମ୍ପର୍କରେ ଆମେ ଖବର ପ୍ରକାଶ କରିଥିଲୁ। ଏହା ସମ୍ବନ୍ଧରେ ସରକାର ତୁରନ୍ତ ପଦକ୍ଷେପ ନେବାରୁ ସେ ଗ୍ରାମର ଚାଷୀ ଫସଲ ବୀମା କରି ପାରିଛନ୍ତି । ତେବେ ପ୍ରାୟ ସେହି ଏକା ପ୍ରକାରର ସମସ୍ୟା ହୋଇଛି ଏହି ବ୍ଲକର ରାବଣଗୁଡ଼ା ମୌଜାର ଚାଷୀଙ୍କ କ୍ଷେତ୍ରରେ । ଏହି ମୌଜାର ଚାଷୀମାନେ ଫସଲ ବୀମା କରିବାକୁ ସଂପୃକ୍ତ କେନ୍ଦ୍ରକୁ ଯିବାରୁ କମ୍ପ୍ୟୁଟରେ ଖତିୟାନର କ୍ରମିକ ନମ୍ବର ଦେଖା ନ ଯିବାରୁ ସେମାନେ ମଧ୍ୟ ଏଥର ଫସଲ ବୀମାରୁ ବଞ୍ଚତ ହେବା ଆଶଙ୍କା ପ୍ରକାଶ ପାଇଛି । ଏ ସମ୍ପର୍କରେ ସେମାନେ ସ୍ଥାନୀୟ ଆଗଲପୁର ତହସିଲଦାରଙ୍କୁ ଲିଖିତ ଆକାରରେ ବି ଜଣାଇଛନ୍ତି । ତେବେ ଆଜି ଫସଲ ବୀମା କରିବାର ଶେଷ ତାରିଖ ହୋଇଥିବାରୁ ସରକାର ତୁରନ୍ତ ଏ ଦିଗରେ ବିହିତ ପଦକ୍ଷେପ ନ ନେଲେ ଏ ମୌଜାର ଚାଷୀ ଫସଲ ବୀମାରୁ ବଞ୍ଚିତ ହେବା ଏକ ପ୍ରକାଶ ନିଶ୍ଚିତ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ଏ ଦିଗରେ ବିଭାଗୀୟ ଅଧିକାରୀ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଦାବୀ ଜଣାଇଛନ୍ତି ।
ଆଗଲପୁରର ରାବଣଗୁଡ଼ା ମୌଜାର ଚାଷୀ ଫସଲ ବୀମାରୁ ବଞ୍ଚିତ ହେବା ଅଭିଯୋଗ !
