ଫସଲ ବୀମା ପ୍ରଦାନକୁ ନେଇ ଚାଷୀମାନଙ୍କ ଜାତୀୟ ରାଜପଥ ଅବରୋଧ, ଘଟଣାସ୍ଥଳକୁ ତହସିଲଦାର ଆସି ଚାଷୀଙ୍କୁ ବୁଝାସୁଝା କଲେ!

(୨୯/୧୦) ବଲାଙ୍ଗୀର ଜିଲ୍ଲା ବେଳପଡା ଥାନା ଅନ୍ତର୍ଗତ ସଲହଣ୍ଡି ଓ ଉଡିଙ୍ଗ ଗ୍ରାମର ଚାଷୀ ବୁଧବାର ଦିନଫସଲ ବୀମା ପ୍ରଦାନକୁ ନେଇ ରାସ୍ତାରୋକ କରିଛନ୍ତି। ଚାଷୀମାନେ କଣ୍ଟାବାଞ୍ଜି – ବଲାଙ୍ଗୀର ଜାତୀୟ ରାଜପଥର ଉଡିଙ୍ଗ ଗାଁ ନିକଟରେ ରାସ୍ତାରୋକ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଥିଲା। ଗରମ ଖରାକୁ ମଧ୍ୟ ଆନ୍ଦୋଳନକାରୀମାନେ ଖାତିର କରି ନଥିଲେ।

ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି ଯେ, ୨୦୧୮-୧୯ରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବେଳପଡା ବ୍ଲକର ସଲହଣ୍ଡି ପଂଚାୟତର ଉଡିଙ୍ଗ ଓ ସଲହଣ୍ଡି ଚାଷୀମାନେ ବୀମା କରିଥିଲେ। ଅନେକ ସମୟରେ ଚାଷୀମାନେ ନିଜ ସମସ୍ୟା ପ୍ରଶାସନକୁ ଜଣାଇଥିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ ବାଧ୍ୟ ହୋଇ ଆଜି ରାସ୍ତାରୋକ କରିଛନ୍ତି।

ବେଳପଡା ତହସିଲଦାର ପ୍ରିୟରଞ୍ଜନ କୁମ୍ଭାର ଆନ୍ଦୋଳନ ସ୍ଥଳରେ
ପହଂଚି ଚାଷୀମାନଙ୍କ ସମସ୍ୟା ଜିଲ୍ଲାପାଳଙ୍କୁ ଦୃଷ୍ଟି ଆକର୍ଷଣ କରିବା ନେଇ ପ୍ରତିଶ୍ରୁତି ଦେବା ପରେ ସତେ ଆନ୍ଦୋଳନ ରୁ ହଟିବା ପାଇଁ ଚାଷୀମାନେ ନାରାଜ ହୋଇଥିଲେ। ଯଦି ଫସଲ ବୀମାରୁ ବାଦ ପଡିଥିବା ତାଙ୍କର ଅଞ୍ଚଳର ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାନଗଲେ ଆନ୍ଦୋଳନ କୁ ଆହୁରି ତୀବ୍ର କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ଅନ୍ୟ ପକ୍ଷରେ ତହସିଲଦାର ସହ ବେଳପଡା ଥାନା ଏସଆଇ କିରଣ ଜାନୀ ,ଏଏସଆଇ ସୁମନ୍ତ କୁମାର ପଣ୍ଡା ଆନ୍ଦୋଳନ ସ୍ଥଳ ଉପସ୍ଥିତ ରହି ବୁଝା ସୁଝା କରିଥିଲେ ମଧ୍ୟ ଅପରାହ୍ନ ୪ ଘଣ୍ଟିକିୟା ଯାଏ ଚାଷୀ ରାସ୍ତା ଅବରୋଧ କରିଥିଲେ । (ରିପୋର୍ଟ-ଏସ୍ କେ ସମିମ୍‌)

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଫସଲ ବୀମା ପ୍ରଦାନକୁ ନେଇ ଚାଷୀମାନଙ୍କ ଜାତୀୟ ରାଜପଥ ଅବରୋଧ, ଘଟଣାସ୍ଥଳକୁ ତହସିଲଦାର ଆସି ଚାଷୀଙ୍କୁ ବୁଝାସୁଝା କଲେ!