ଗତକାଲି ସମ୍ବଲପୁର ଜିଲ୍ଲା ବୁର୍ଲା ଅନ୍ତର୍ଗତ କରଡୋଳା ପଞ୍ଚାୟତରେ କାଳବୈଶାଖୀ ଯୋଗୁଁ ଧାନ ଫସଲ ନଷ୍ଟ ହେବା ସହ ଏକର ଏକର ପନିପରିବା ଚାଷ ନଷ୍ଟ ହୋଇଯାଇଥିବା ଜାଣିବାକୁ ମିଳିଛି । ଲକଡାଉନରୁ ସାମାନ୍ୟ ମୁକୁଳି ଚାଷୀ ନିଜକୁ କୃଷିକାର୍ଯ୍ୟରେ ନିଜକୁ ନିୟୋଜିତ କରି ଉତ୍ତମ ଫସଲ ପାଇବାକୁ ଆଶା କରିଥିବାବେଳେ ସବୁ ଫସର ଫାଟି ଯାଇଛି । ଗୋଟିଏ ପଟେ ଅଦିନିଆ ବର୍ଷା ଓ କୁଆ ପଥର ମାଡ଼ ଦାଉ ସାଧୁଥିବାବେଳେ ଅନ୍ୟପଟେ ଶ୍ରମିକ ଅଭାବ ଓ ରୋଗପୋକ ଦାଉ ସାଧୁଥିବାରୁ ଚାଷୀଙ୍କ ଚିନ୍ତା ବଢ଼ି ଯାଇଛି ।
ସମ୍ବଲପୁରରେ କୁଆପଥର ମାଡ଼ ଯୋଗୁଁ ଫସଲ ନଷ୍ଟ, ସରକାରଙ୍କ ସାହାଯ୍ୟ ପାଇଁ ନିବେଦନ
