(୧୩/୮) ଷ୍ଟିଲ ଅଥରିଟି ଅଫ ଇଣ୍ଡିଆର ମହା ପ୍ରବନ୍ଧକ ରହିଥିବା ତଥା ଦୁଇ ଥର ପୂର୍ବରୁ ସାଂସଦ ରହିଥିବା ପୂର୍ବତନ ରାଷ୍ଟ୍ରପତିଙ୍କ ପୁଅ ଅଭିଜିତ୍ ମୁଖାର୍ଜୀ ଗଣମାଧ୍ୟମରେ ତାଙ୍କ ବାପାଙ୍କ ସମ୍ପର୍କରେ ମିଥ୍ୟା ରିପୋର୍ଟ ପ୍ରକାଶ ପାଉଛି ବୋଲି ଅଭିଯୋଗ କରିଛନ୍ତି । ସେ କହିଛନ୍ତି, “ମୋ ବାପା ଏବେ ବି ବଂଚିଛନ୍ତି ଓ ତାଙ୍କର ସ୍ୱାସ୍ଥ୍ୟ ସ୍ଥିର ରହିଛି । ମାନ୍ୟଗଣ୍ୟ ସାମ୍ବାଦିକମାନେ ମଧ୍ୟ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଖବର ପରିବେଷଣ କରୁଛନ୍ତି ଯାହାକି ଭାରତର ଗଣମାଧ୍ୟମ ମିଥ୍ୟା ଖବରର ଗନ୍ତାଘର ।”ବଡ଼ଭାଇଙ୍କ କଥାକୁ ଭଉଣି ଶର୍ମିଷ୍ଠା ମୁଖାର୍ଜୀ ମଧ୍ୟ ସମର୍ଥନ କରି କହିଛନ୍ତି ଯେ. ତାଙ୍କ ବାପାଙ୍କ ସମ୍ପର୍କରେ ମିଥ୍ୟା ଖବର ପରିବେଷଣ କରାଯାଉଛି । ତେବେ ତାଙ୍କ ମୋବାଇଲକୁ ଡାକ୍ତରଖାନାରୁ ବିଭିନ୍ନ ସୂଚନା ଆସୁଥିବାରୁ କୌଣସି ସାମ୍ବାଦିକ ତାଙ୍କୁ ଫୋନ ନ କରିବାକୁ ସେ ନିବେଦନ କରିଛନ୍ତି ।
ମୋ’ ବାପାଙ୍କ ସ୍ୱାସ୍ଥ୍ୟ ସ୍ଥିର ରହିଛି, ଗଣମାଧ୍ୟମରେ ମିଥ୍ୟା ଖବର ପ୍ରସାରିତ ହେଉଛି ବୋଲି କହିଲେ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜୀତ୍ !
