(୧୫/୯)ଫେସବୁକ୍ ଅନ୍ୟ ଦେଶମାନଙ୍କରେ ସାମ୍ପ୍ରଦାୟିକ ସଦଭାବନା ପାଇଁ କାମ କରୁଥିବାବେଳେ ଭାରତରେ କାହିଁକି ତାର ଓଲଟା ଦେଖିବାକୁ ମିଳୁଛି? ଏପରି ପ୍ରଶ୍ନ କରି ଫେସବୁକର ସିଇଓ ମାର୍କ ଜୁକରବର୍ଗଙ୍କୁ ଲେଖିଛନ୍ତି ‘ପାର୍ସିକ୍ୟୁସନ ରିଲିଫ୍’ ର ନିର୍ଦ୍ଦେଶକ ଶିବୁ ଥୋମାସ୍ । ସେ ଆହୁରି ଲେଖିଛନ୍ତି ଯେ, ୨୦୦୪ ରେ ଆପଣ କେବେ ବି ଭାବି ନଥିବେ ଯେ ଆପଣ ବର୍ତ୍ତମାନର ସ୍ତରକୁ ଦିନେ ଯାଇପାରିବେ । ମୋର ବିଶ୍ୱାସ ଯେ ଫେସବୁକ ଆରମ୍ଭ କରିବା ପଛରେ ବିଶ୍ୱର ଲୋକଙ୍କୁ ଯୋଡ଼ିବାକୁ ଆପଣଙ୍କ ନିହାତି ମହତ ଉଦ୍ଦେଶ୍ୟ ଥିବ । କିନ୍ତୁ ସମୟ ସ୍ରୋତରେ ଏହା ଶାନ୍ତିରେ ଲୋକଙ୍କୁ ବସବାସ କରୁଥିବା ଲୋକଙ୍କ ନିମନ୍ତେ ଏହାର ବହୁତ ଖରାପ ପ୍ରଭାବ ଦେଖିବାକୁ ମିଳୁଛି । ଜାନୁୟାରୀ ୨୦୧୬ ରୁ ଅଗଷ୍ଟ ୨୦୨୦ ଯାଏଁ ଭାରତର ଖ୍ରୀଷ୍ଟିୟାନମାନଙ୍କ ବିରୁଦ୍ଧରେ ୨୧୦୦ ଟି ଅପରାଧ ହୋଇଛି । ୧୩୦ କୋଟିର ଦେଶ ନିମନ୍ତେ ଏହା ଏବେ ବିପଦଜ୍ଜନକ ହୋଇଛି । ଫେସବୁକ୍ ଅନ୍ୟ ଦେଶରେ ସାମ୍ପ୍ରଦାୟିକ ସଦଭାବନା ପ୍ରତିଷ୍ଠା କରିବା କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବାବେଳେ ଭାରତରେ କାହିଁକି ତାର ଓଲତା ଦେଖିବାକୁ ମିଳୁଛି? ‘ପାର୍ସିକ୍ୟୁସନ ରିଲିଫ୍’ ପ୍ରଥମ ଥର ଫେସବୁକରେ କରିଥିବା ପୋଷ୍ଟଟିକୁ ୩୦ ଲକ୍ଷ ଲୋକଙ୍କ ପାଖକୁ ପହଂଚି ପାରିଥିବାବେଳେ କିଛି ଦିନ ପରେ ମୋର ମୁଁ ଅନେକ ଅଭିଯୋଗ କରିବା ପରେ ମଧ୍ୟ ମୋର ଫେସବୁକ୍ ପୃଷ୍ଠାକୁ ବ୍ଲକ୍ କରିଦିଆଗଲା । ଏଠାରେ କାର୍ଯ୍ୟରତ ଅଙ୍ଖି ଦାସ ଭାରତୀୟ ଜନତା ପାର୍ଟି ନିମନ୍ତେ ନିର୍ବାଚନ ସମୟରେ ଫେସବୁକଦ୍ୱାରା ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିବା ଏବେ ଜଣା ପଡ଼ୁଛି । ଫେସବୁକ୍ ତାର ନିୟମରେ ମୋଦୀଙ୍କ ପାର୍ଟି ଓ ତାଙ୍କ ୩୩ କୋଟି ସମର୍ଥକଙ୍କ ନିମନ୍ତେ ଥିବା ଚିନ୍ତାଧାରାରେ କିଛି ପରିବର୍ତ୍ତନ କରୁଥିବା ଦେଖାଯାଉ ନାହିଁ । ଯଦି ଆପଣ ଭାରତର ନିର୍ଯ୍ୟାତିତ ସଂଖ୍ୟାଲଘୁ ମାନଙ୍କ କଣ୍ଟରୋଧ କରନ୍ତି, ତେବେ ଫେସବୁକ୍ ଆଉ ବେଶି ଦିନ ଚାଲିବ ବୋଲି ବିଶ୍ୱାସ ହେଉ ନାହିଁ । ଆପଣ ଜଣେ ଯିହୁଦୀ ଭାବରେ ଜାଣନ୍ତି ଯେ ଜଣେ ଈଶ୍ୱର ଅଛନ୍ତି, ଯିଏକି ଆପଣଙ୍କଠାରୁ ମଧ୍ୟ ଖୁବ ବଡ଼ । ସେ ଅସୁରକ୍ଷିତ ଲୋକଙ୍କ ନିମନ୍ତେ ସୁରକ୍ଷା ପ୍ରଦାନ କରନ୍ତି ଓ ମହାନ ରାଜାମାନଙ୍କୁ ଉଠାଇବାରେ ସେ ଯେପରି ପ୍ରସିଦ୍ଧ, ସେହିପରି ସେମାନଙ୍କୁ ତଳକୁ ଖସାଇବାରେ ମଧ୍ୟ ସେପରି ପ୍ରସିଦ୍ଧ ବୋଲି ଶିବୁ ଥୋମାସ୍ ମାର୍କ ଜୁକର ବର୍ଗଙ୍କୁ ଏକ ପତ୍ରରେ ଲେଖିଥିବା ‘ୟୁସିଏନ୍ୟୁଜ୍’ ପ୍ରକାଶ କରିଛି ।
ପ୍ରିୟ ମାର୍କ, ‘ଫେସବୁକ୍’ ଆଉ ବେଶି ଦିନ ଚାଲିବ ନାହିିଁ ବୋଲିି ଲେଖିଲେ ‘ପାର୍ସିକ୍ୟୁସନ ରିଲିଫ୍’ ର ନିର୍ଦ୍ଦେଶକ !
