ଲେବାନନ୍ ବିସ୍ଫୋରଣ ୧୦୦ ମାଇଲ ଦୂରଯାଏଁ ଅନୁଭୂତ ହେଲା !


(୦୬/୮)ଲେବାନନର ବୀରାଟରେ ଥିବା ଏକ ବିମାନ ବନ୍ଦରରେ ଗତ ମଙ୍ଗଳବାର ଦିନ ବିସ୍ଫୋରଣ ଫଳରେ ୧୩୫ ଲୋକ ପ୍ରାଣ ହରାଇଥିବାବେଳେ ୪୦୦୦ ଲୋକ ଆହତ ହୋଇଥିବା ଖବର ମିଳିଛି । ଆହତମାନଙ୍କୁ ବର୍ତ୍ତମାନ ମଧ୍ୟ ଖୋଜା ଚାଲିଛି । ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ହେବ ବୋଲି ଜଣାପଡ଼ିଛି । ତେବେ ସେଠାରେ ଥିବା ସର୍ବବୃହତ ଡାକ୍ତରଖାନ, ସେଣ୍ଟ ଜର୍ଜ ହସ୍ପିଟାଲଟି ବିସ୍ଫୋରଣ ଫଳରେ କ୍ଷତିଗ୍ରସ୍ତ ହୋଇଥିବାରୁ ତାହାକୁ ବନ୍ଦ କରାଯାଇଥିଲା । ଅନ୍ୟ ଡାକ୍ତରଖାନାଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲେ ବି ବିସ୍ଫୋରଣ ପରେ ସେଠାରେ ଥିବା ବିଖାଜି ହସ୍ପିଟାଲରେ କିଛି ଘଣ୍ଟା ମଧ୍ୟରେ ୫୦୦ ଜଣଙ୍କୁ ଚିକିତ୍ସା କରାଯାଇଥିଲା ବୋଲି କୁହାଯାଇଛି । ବିସ୍ଫୋରଣ ଫଳରେ ବିମାନବନ୍ଦର ପାଖରେ ଥିବା ଏକ ମାଲଗୋଦାମରେ ନିଆଁ ଲାଗି ଯିବା ଫଳରେ ଏହାର ପ୍ରଭାବ ଯୋଗୁଁ ମାଇଲ ମାଇଲ ଦୂରରେ ଥିବା କୋଠାବାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ଏହାଯୋଗୁଁ ଆକାଶରେ ବିଶାଳକାୟ ଆକାରରେ ଧୂଆଁ ଦେଖିବାକୁ ଲାଗିଥିଲା । ବିସ୍ଫୋରଣ ଫଳରେ ନିଆଁ ଲାଗିଥିବା ବୀରାଟ ବିମାନବନ୍ଦରର ମାଲଗୋଦାମରେ ପ୍ରାୟ ୨୭୫୦ ଟନ୍‌ର ଆମୋନିୟମ ନାଇଟ୍ରେଟ ଥିବାରୁ ବିସ୍ଫୋରଣର ଆକାର ତୀବ୍ର ରୂପ ଧାରଣ କରିଥିବା କୁହାଯାଇଛି । ଘଟଣା ପରେ ବିଭିନ୍ନ ସରକାରୀ କୋଠାରେ ଥିବା ଲେବାନନ୍‌ର ଜାତୀୟ ପତାକାକୁ ଅର୍ଦ୍ଧ ନମିତ ରଖାଯାଇଛି । ବିସ୍ଫୋରଣ ଯେପରି ହୋଇଥାଉ ବି ତାହାର ଶଦ୍ଦ ୫୦ ମାଇଲ ଦୂରକୁ ଶୁଣାଯାଇଥିବା ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି । ଏପରିକି ଏହା ୧୦୦ ମାଇଲ ଦୂରରେ ଥିବା ଭୂମଧ୍ୟ ସାଗରୀୟ ସମୁଦ୍ରରେ ମଧ୍ୟ ଅନୁଭୁତ ହୋଇଥିଲା ବୋଲି ଲୋକେ କହିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଲେବାନନ୍ ବିସ୍ଫୋରଣ ୧୦୦ ମାଇଲ ଦୂରଯାଏଁ ଅନୁଭୂତ ହେଲା !