(୨୪/୮) ରାଜ୍ୟ ପରିବହନ ଅଧ୍ୟକ୍ଷ ତଥା କମିଶନରଙ୍କ ପକ୍ଷରୁ ଜାରି ହୋଇଥିବା ଏକ ଆଦେଶରେ କୁହାଯାଇଛି ଯେ, ଯେଉଁମାନଙ୍କର ଡ୍ରାଇଭିଂ ଲାଇସେନ୍ସ ଗତ ୧ ଫେବୃୟାରୀରୁ ବୈଧତା ସରିଯାଇଛି, ତାହା ଆଗାମୀ ୩୧ ଡିସେମ୍ବରଯାଏଁ କାର୍ଯ୍ୟ କରିବ । କେନ୍ଦ୍ର ପରିବହନ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ଅନୁସାରେ ଏହି ଆଦେଶ ରାଜ୍ୟ ସରକାର ଜାରି କରିଥିବା ପରିବହନ କମିଶନର ଉଲ୍ଲେଖ କରିଛନ୍ତି । ଗାଡ଼ିର ଫିଟନେସ୍ ପ୍ରମାଣପତ୍ର, ପଞ୍ଜିକରଣ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ଲାର୍ଣ୍ଣର ଲାଇସେନ୍ସ, ମାଲ ପରିବହନ ଗାଡ଼ି ସମେତ ଘରୋଇ ଗାଡ଼ି ଓ ଶିକ୍ଷାନୁଷ୍ଠାନର ବସର ଅନୁମତିପତ୍ର ଯଦି ୧ ଫେବୃୟାରୀରୁ ବୈଧତା ସରିଯାଇଛି ତେବେ ସେସବୁ ୩୧ ଡିସେମ୍ବରଯାଏଁ କାର୍ଯ୍ୟ କରିପାରିବ ବୋଲି ରାଜ୍ୟ ପରିବହନ କମିଶନର ଏକ ଆଦେଶ ଜାରି କରିଛନ୍ତି । କିନ୍ତୁ ପ୍ରଦୂଷଣ ପ୍ରମାଣପତ୍ର ବା ଅସ୍ଥାୟୀ ଅନୁମତିପତ୍ର ପୂର୍ବ ପରି ତାର ବୈଧତା ସମୟ ଅନୁସାରେ ଚାଲିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି ।
ପରିବହନ କମିଶନରଙ୍କ ଆଦେଶ : ଫେବୃୟାରୀ ୧ ରୁ ଅବୈଧ ହୋଇଥିବା ଗାଡ଼ି କାଗଜପତ୍ର ୩୧ ଡିସେମ୍ବରଯାଏଁ ଚାଲିପାରିବ !
