ନିକଟରେ ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ଫେରିବାକୁ ଥିବା ଲକ୍ଷାଧିକ ପ୍ରବାସୀ ଓଡ଼ିଆମାନଙ୍କ ନିମନ୍ତେ ରାଜ୍ୟ ସୀମା ପାଖରେ ୧୪ ଦିନର କ୍ୱାରେଣ୍ଟାଇନର ବ୍ୟବସ୍ଥା କଲେ, ରାଜ୍ୟ ଭିତରକୁ କରୋନା ରୋଗ ପଶିବା ସେତେଟା ସହଜ ହେବ ନାହିଁ ବୋଲି ପୂର୍ବତନ ମନ୍ତ୍ରୀ ପଞ୍ଚାନନ୍ କାନୁନଗୋ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏଥିସହ କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ସେ ପ୍ରଶଂସା କରିଛନ୍ତି । ହେଲେ ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନାନୁଯାୟୀ, ଏବେ ସୁଦ୍ଧା ୨ ଲକ୍ଷ ୨୭ ହଜାର ଶଯ୍ୟା ସମ୍ବଳିତ ୭୧୦୨ ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତ କରାଯାଇଛି ଓ ପ୍ରବାସୀ ଓଡ଼ିଆମାନେ ଲକ୍ ଡାଉନ୍ ପରେ ନିଜ ଗାଁକୁ ଫେରିଲେ ସେମାନଙ୍କ ପାଇଁ ପଞ୍ଚାୟତ ସ୍ତରରେ କ୍ୱାରେଣ୍ଟାଇନରେ ରଖିବା ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି ।
ପ୍ରବାସୀ ଓଡ଼ିଆଙ୍କ ନିମନ୍ତେ ରାଜ୍ୟ ସୀମା ପାଖରେ କ୍ୱାରେଣ୍ଟାଇନ ପାଇଁ ପୂର୍ବତନ ମନ୍ତ୍ରୀ ପଞ୍ଚାନନ୍ କାନୁନଗୋଙ୍କ ସରକାରଙ୍କୁ ପ୍ରସ୍ତାବ
