ନବରଙ୍ଗପୁର ରେ ଗ୍ରାମୀଣ ରୋଜଗାର ପ୍ରଶିକ୍ଷଣ, ବେକାର ସମସ୍ୟା ଦୂର କରିବା ଲକ୍ଷ୍ୟ।

(୧୦/୧୨) ବେକାର ସମସ୍ୟା ଦୂର କରିବା ଲକ୍ଷ୍ୟରେ ନବରଙ୍ଗପୁର ଜିଲ୍ଲା ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ସ୍ୱରୋଜଗାର ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ବେକାର ଯୁବକ ଯୁବତୀ ମାନଙ୍କୁ କର୍ମ ନିଯୁକ୍ତି ପ୍ରଶିକ୍ଷଣ ଦିଆଯାଇଛି।ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ନବରଙ୍ଗପୁର ର ବେକାର ଯୁବକ ଯୁବତୀ ମାନେ ଦିନକୁ ଦିନ ବାହାର ରାଜ୍ୟକୁ କାମ କରିବାକୁ ଯାଉଥିବା ରୁ କିପରି ସେମାନେ ନିଜେ ନିଜ ନିଜ ଅଂଚଳରେ ଆତ୍ମ ନିର୍ଭରଶୀଳ ହେବା ସହ ରୋଜଗାରକ୍ଷମ ହେଇ ପାରିବେ ଉକ୍ତ ବିଷୟରେ ପ୍ରଶିକ୍ଷଣ ଦିଆଯାଇଛି।ସମୟର ପରିବର୍ତ୍ତନ କୁ ନେଇ ଆଧୁନିକ ଜ୍ଞାନ କୌଶଳ ରେ ଯୁବକ ଯୁବତୀ ମାନେ କିପରି ଅଳ୍ପ ସମୟ ରେ ଅଧିକ ରୋଜଗାର କ୍ଷମ ହେଇ ନିଜର ଆର୍ଥିକ ମାନଦଣ୍ଡ କୁ ସୁଦୃଢ଼ କରିବା ସଙ୍ଗେ ସଙ୍ଗେ ନିଜ ନିଜ ଅଞ୍ଚଳରେ ବେକାର ଯୁବକ ଯୁବତୀ ମାନଙ୍କୁ ରୋଜଗାର ର ପନ୍ଥା ଦେଖାଇବା ର ଶିକ୍ଷା ଦିଆଯାଇଥିଲା।ଏହି ପ୍ରଶିକ୍ଷଣ ପାଇବା ପରେ ଯୁବକ ଯୁବତୀ ମାନେ ଅତ୍ୟନ୍ତ ଖୁସି ହେଇ ଆତ୍ମନିର୍ଭରଶୀଳ ହେବା ସହ ଏହା ରୋଜଗାର କରିବାର ପନ୍ଥାକୁୁ ଆଗକୁ ନେବାକୁ ବହୁ ଜ୍ଞାନ ଓ ସହଜ ସୁବିଧା ଯୋଗାଇବ ବୋଲି ମତ ଦେଇଛନ୍ତି।ଏଥିରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଯୁବକ ଯୁବତୀ ମାନେ ଅଂଶଗ୍ରହଣ କରିଥିଲେ।ଏହି ପ୍ରଶିକ୍ଷଣ ରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୁବକ ଯୁବତୀ ମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ବହୁ ଶିକ୍ଷା ଦେଇଥିବା ବେଳେ ଜିଲ୍ଲା ଶିଳ୍ପ ଜେନେରାଲ ମ୍ୟାନେଜର ଏ.ବି. ରାଓ ସୁବୁଦ୍ଧି ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଋଣ ନେଇ କିପରି ସ୍ୱରାଜଗାର କ୍ଷମ ହେଇ ପାରିବେ ସେହି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ।ଏଥିରେ ଆଇପିଓ ଗୌରବ କୁମାର ସେନାପତି,ଗୌରବ କୁମାର ସରେନ,କେ. ବିକ୍ରମ କୁମାର ରାଜୁ ,ରାଜକୁମାର ପଟ୍ଟନାୟକ,ପ୍ରଶାନ୍ତ କୁମାର ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ। (ରିପୋର୍ଟ-ବାବୁଲି ଗଣ୍ଡ)

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ନବରଙ୍ଗପୁର ରେ ଗ୍ରାମୀଣ ରୋଜଗାର ପ୍ରଶିକ୍ଷଣ, ବେକାର ସମସ୍ୟା ଦୂର କରିବା ଲକ୍ଷ୍ୟ।