ସମ୍ବଲପୁରରେ ବିଦ୍ୟୁତ ଚାଳିତ ଶବଦାହ ଯନ୍ତ୍ର ଖରାପ, କରୋନାରୋଗୀଙ୍କ ଶବଦାହ କରିବାକୁ ସମସ୍ୟା !


(୧୨/୮) ସମ୍ବଲପୁର ରାଜଘାଟଠାରେ ଥିବା ବିଦ୍ୟତ ଚାଳିତ ଶବଦାହ ଯନ୍ତ୍ର ଖରାପ୍ ହୋଇଯିବା ଫଳରେ ସେଠାରେ ଶବଦାହ କରିବାକୁ ସମସ୍ୟା ହେଉଥିବା ଜଣାପଡ଼ିଛି । ସେଠାରେ କେଆରଟେକର୍ ଭାବେ କାମ କରୁଥିବା ଜନୈକ ବ୍ୟକ୍ତିଙ୍କ କହିବାନୁଯାୟୀ ସେହି ଯନ୍ତ୍ରଟି ଦୁଇ ଦିନ ହେଲା ଖରାପ ହୋଇଯାଇଛି । ଗତ ମଙ୍ଗଳବାର ଦିନ କରୋନାରେ ମୃତ୍ୟୁ ହୋଇଥିବା ଦୁଇ ଜଣ ବ୍ୟକ୍ତିଙ୍କ ଶବକୁ ଦାହ କରିବାକୁ ଅଣାଯାଇଥିଲା । ତେବେ ସେ ଭିତରୁ ଗୋଟିଏ ଶବକୁ କାଠରେ ଦାହ କରାଯାଉଥିବାବେଳେ ଆଉ ଗୋଟିଏ ଶବକୁ ସେଠାରେ ଜଗିବାକୁ ପଡ଼ିଥିଲା, ଯାହାକି ଏକ ଅପ୍ରୀତିକର ପରିସ୍ଥିତ ବୋଲି ସେ ପ୍ରକାଶ କରିଛନ୍ତି । କାଠରେ ଶବଦାହ କଲେ ଅଧିକ ଲୋକ ଆବଶ୍ୟକ ପଡ଼ିଥାଏ । ଯଦିବା ଶବଦାହ କରୁଥିବା ଲୋକେ ପିପିଇ କିଟ୍ ବ୍ୟବହାର କରି ଶବ ଦାହ କରନ୍ତି, ତଥାପି ବି ଦାହ ସମୟରେ ବିସ୍ଫୋରଣ ଯୋଗୁଁ କରୋନାଦ୍ୱାରା ଆକ୍ରାନ୍ତ ହେବା ବି ସମ୍ଭାବନା ରହିଛି । କରୋନାରେ ମୃତ୍ୟୁ ହୋଇଥିବା ଲୋକଙ୍କ ଶବକୁ ଘଣ୍ଟାଏ ଭିତରେ ସମ୍ପୂର୍ଣ୍ଣ ଭାବେ ପୋଡ଼ିବାକୁ ପ୍ରଶାସନ କହିଥାଏ । ତେବେ ଏ ବିଷୟରେ ସମ୍ବଲପୁର ମ୍ୟୁନିସିପାଲ କର୍ପୋରେସନକୁ ଜଣାଇଥିଲେ ବି ତାହା ମରାମତି କରାଯାଇ ପାରିନି । ହେଲେ ଅତିରିକ୍ତ ମ୍ୟୁନିସିପାଲ କମିସନର ଶ୍ରୀମତୀ ଆଞ୍ଜେଲିନା ପ୍ରଧାନଙ୍କ କହିବାନୁଯାୟୀ, ବିଦ୍ୟୁତ ଶବଦାହ ଯନ୍ତ୍ରରେ ସମସ୍ୟା ରହିଛି । କିନ୍ତୁ ତାହା ମରାମତି କରିବାକୁ କୋଲକତାର ଲୋକ ଆସିଲେ ଯାଇ ହୋଇପାରିବ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଗତ ମାସରେ ଏହି ଶବଦାହ କେନ୍ଦ୍ରରେ ସମ୍ବଲପୁର ତଥା ଆଖପାଖ ଅଂଚଳର କରୋନାରେ ମୃତ ୧୧ ଜଣଙ୍କ ଶବ ଦାହ କରାଯାଇଥିଲା ଓ ଏବେ ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୩୧ ହେଲାଣି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ସମ୍ବଲପୁରରେ ବିଦ୍ୟୁତ ଚାଳିତ ଶବଦାହ ଯନ୍ତ୍ର ଖରାପ, କରୋନାରୋଗୀଙ୍କ ଶବଦାହ କରିବାକୁ ସମସ୍ୟା !