ବାତ୍ୟା ‘ନିବାର’ ର ପ୍ରଭାବ : ରେଳବାଇ ବାତିଲ କଲା ଅନେକ ଟ୍ରେନ୍ ଓ ବଦଳାଇଲା ଗତିପଥ !


(୨୫/୧୧) ପାଣିପାଗ ବିଭାଗର ସତର୍କ ସୂଚନା ଅୁନସାରେ ଦକ୍ଷିଣ ରେଳବାଇ ଅନେକ ଟ୍ରେନକୁ ବାତିଲ କରିବା ସହ ଅନ୍ୟ କେତେକ ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଥିବା ରେଳବାଇ ଟ୍ୱିଟ କରି ସୂଚନା ଦେଇଛି । କେତେକ ଟ୍ରେନକୁ ସମ୍ପୂର୍ଣ୍ଣ ଭାବେ ବାତିଲ କରାଯାଇଥିବାବେଳେ ଅନ୍ୟ କେତେକ ଟ୍ରେନକୁ ଆଂଶିକ ଭାବେ ବାତିଲ କରାଯାଇଛି । ପାଣିପାଗ ବିଭାଗର ସୂଚନାନୁଯାୟୀ, ଆଜି ବିଳମ୍ବିତ ରାତିରେ ବାତ୍ୟା-‘ନିବାର’ ତାମିଲନାଡ଼ୁ ଓ ପୁଦୁଚେରୀକୁ ଅତିକ୍ରମ କରିପାରେ । ସୂଚନାନୁଯାୟୀ ଏହି ସମୟ ମଧ୍ୟରେ ପବନ ଘଣ୍ଟା ପ୍ରତି ୧୨୦ ରୁ ୧୩୦ କିଲୋମିଟର ବେଗରେ ବହିବ । ଏହା ସହ ରାଜ୍ୟରେ ୨୬ ତାରିଖ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ଥିବା ସୂଚନା ଦେଇଛି । ତେବେ ରେଳବାଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୨୬ ତାରିଖ ଦିନ ଗଡ଼ିବାକୁ ଥିବା ଡକ୍ଟର ଏମଜିଆର ଚେନ୍ନାଇ ସେଣ୍ଟ୍ରାଲ-କୋଇମ୍ବାଟୁର ସ୍ୱତନ୍ତ୍ର ଟ୍ରେନ ନମ୍ବର ୦୨୭୬୦/୦୨୭୫୯, ଟ୍ରେନ ନମ୍ବର ୦୬୦୫୩, ୦୬୦୨୮, ୦୨୮୦୮ କୁ ବାତିଲ କରାଯାଇଛି । ୨୯ ତାରିଖ ଦିନ ଚଳାଚଳ କରିବାକୁ ଥିବା ଟ୍ରେନ ନମ୍ବର ୦୬୦୫୪ ବିକାନେର-ମଦୁରାଇ ସ୍ୱତନ୍ତ୍ର ଟ୍ରେନ ସମ୍ପୂର୍ଣ୍ଣ ଭାବେ ବାତିଲ କରାଯାଇଛି । ସେହିପରି ବାଙ୍ଗାଲୋର-ଗୌହାଟି ସ୍ୱତନ୍ତ୍ର ଟ୍ରେନ, ବାଙ୍ଗାଲୋର- ଦାନାପୁର ସ୍ୱତନ୍ତ୍ର ଟ୍ରେନ, ୟସବନ୍ତପୁର-ଦାନାପୁର ସ୍ୱତନ୍ତ୍ର ଟ୍ରେନ ସମେତ ତିରୁଅନନ୍ତପୁରମ ସେଣ୍ଟ୍ରାଲ-ଗୋରଖପୁର ସ୍ୱତନ୍ତ୍ର ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଥିବା ଦିଆଯାଇଥିବା ସୂଚନା ଦିଆଯାଇଛି । ନିୟମ ଓ ସର୍ତ୍ତାବଳୀ ଅନୁଯାୟୀ ଯାତ୍ରୀମାନଙ୍କ ଟିକଟ ପଇସା ସମ୍ପୂର୍ଣ୍ଣ ଭାବେ ଫେରାଇ ଦିଆଯିବ । ଆଉ ଯେଉଁ ଯାତ୍ରୀମାନେ ଇ-ଟିକଟ କରିଛନ୍ତି ସ୍ୱତଃପ୍ରବୃତ୍ତ ଭାବରେ ତାଙ୍କର ଖାତାକୁ ପଇସା ଫେରିଯିବ ହେଲେ ଟିକଟ କାଉଣ୍ଟରରେ ଟିକଟ କରିଥିବା ଯାତ୍ରୀମାନଙ୍କୁ କାଉଣ୍ଟରକୁ ଯିବାକୁ ପଡ଼ିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ତେବେ ଓଡ଼ିଶା ଉପରେ ଏହି ବାତ୍ୟାର ସିଧାସଳଖ ପ୍ରଭାବ ପଡ଼ିବ ନାହିଁ ବୋଲି ଆଂଚଳିକ ପାଣିପାଗ ବିଭାଗ କହିଛି । ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ଏହାର ପ୍ରଭାବରେ ହାଲୁକା ବର୍ଷା ହୋଇପାରେ । ବାତ୍ୟା ବର୍ତ୍ତମାନ ବଙ୍ଗୋପସାଗରେ ଘନୀଭୂତ ହେଉ ଥିବାରୁ ରାଜ୍ୟରେ ପାଗ କୋହଲା ରହିଛି । ତେବେ ରାଜ୍ୟର ୧୩ ଟି ସହରର ତାପମାତ୍ରା ୧୩ ଡିଗ୍ରିରୁ ତଳେ ଥିବାବେଳେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ର ୮.୫ ଡିଗ୍ରି ସେଲସିଅସ୍ ରେକର୍ଡ଼ କରାଯାଇଥିବାବେଳେ ଏହାର ପ୍ରଭାବରେ ରାଜ୍ୟରେ ଶୀତ ବଢ଼ିବ ବୋଲି ବିଭାଗ କହିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ବାତ୍ୟା ‘ନିବାର’ ର ପ୍ରଭାବ : ରେଳବାଇ ବାତିଲ କଲା ଅନେକ ଟ୍ରେନ୍ ଓ ବଦଳାଇଲା ଗତିପଥ !