କରୋନାର ପ୍ରଭାବ: ହସ୍ପିଟାଲରେ ଭର୍ତ୍ତି ହେଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର

ଶରୀରରେ କରୋନା ଭଳି ଲକ୍ଷଣ ଦେଖାଯିବା ପରେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ଆଜି ଗୁରୁବାର ଦିନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ସୂଚନାନୁଯାୟୀ, କରୋନାର ଲକ୍ଷଣ ଦେଖାଯିବା ପରେ ତାଙ୍କୁ ଗୁରୁଗାଓଁର ମେଦାନ୍ତ ଡାକ୍ତରଖାନାକୁ ନିଆ ଯାଇ ସେଠାରେ ଏବେ ତାଙ୍କର ଚିକିତ୍ସା ଚାଲିଥିବା ପ୍ରକାଶ । ଶ୍ରୀ ପାତ୍ର ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ବେଶ୍ ଜଣାଶୁଣା । ଗତ ନିର୍ବାଚନରେ ସେ ପୁରୀ ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏପରିକି କେତେକ ବିବାଦୀୟ ଟିପ୍ପଣୀକୁ ନେଇ କଂଗ୍ରେସ ଦଳ ପକ୍ଷରୁ ତାଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଥିବା କଥା ମଧ୍ୟ ଅନେକେ ଜାଣିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing କରୋନାର ପ୍ରଭାବ: ହସ୍ପିଟାଲରେ ଭର୍ତ୍ତି ହେଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର