ଆସନ୍ତା ୧୮ ରୁ ରାଜ୍ୟର ସମସ୍ତ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଖୋଲିବ !

(୧୩/୬)ଆସନ୍ତା ୧୮ ରୁ ରାଜ୍ୟର ସମସ୍ତ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଖୋଲିବ ବୋଲି ଶିକ୍ଷକ ଶିକ୍ଷା ଓ ଏସ୍‌ସିଇଆରଟି ନିର୍ଦ୍ଦେଶାଳୟ ପକ୍ଷରୁ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷକ ଓ କର୍ମଚାରୀ ଶିକ୍ଷାନୁଷ୍ଠାନକୁ ଆସି କାର୍ଯ୍ୟ କରିବେ । ହେଲେ ଛାତ୍ରଛାତ୍ରୀ ଆସିବେ ନାହିଁ । ଶିକ୍ଷାନୁଷ୍ଠାନ ଖୋଲିବା ପୂର୍ବରୁ କ୍ୟାମ୍ପସକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯିବ । ଲାଇବ୍ରେରି, ସାମଗ୍ରୀ, ସାଇନ୍ସ ଲାବରେଟୋରି, ଆଇସିଟି ଲାବରେଟୋରି, ହଷ୍ଟେଲ ସାମଗ୍ରୀ ଆଦି ଠିକ ଅଛି କି ନାହିଁ ସେସବୁ ତଦାରଖ କରିବେ ।
ଅବସରପ୍ରାପ୍ତ କର୍ମଚାରୀଙ୍କ ସମେତ କର୍ମଚାରୀଙ୍କ ସମସ୍ୟାଗୁଡ଼ିକର ସମାଧାନ ଏହି ସମୟରେ କରାଯିବ । ଏଚ୍‌ଆରଏମ୍‌ଏସ୍ ଡାଟା, କ୍ୟାସ ବୁକ୍‌, ସର୍ଭିସ ବୁକ୍ ଆଦିକୁୁ ଅପଡେଟ୍ କରା୍‌ଯିବ । ଜୁଲାଇ ୩୧ ସୁଦ୍ଧା ଏହି ସମସ୍ତ କାର୍ଯ୍ୟ ଶେଷ କରି ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷମାନେ ନିର୍ଦ୍ଦେଶାଳୟକୁ ଜଣାଇବେ । ଗତ ୮ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବାକୁ ଶିକ୍ଷକ ଶିକ୍ଷା ଓ ଏସ୍‌ସିଇଆରଟି ନିର୍ଦ୍ଦେଶାଳୟ ପକ୍ଷରୁ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆସନ୍ତା ୧୮ ରୁ ରାଜ୍ୟର ସମସ୍ତ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଖୋଲିବ !