ସରକାରଙ୍କ ଘୋଷଣା ପରେ ଚିନ୍ତାରେ ଶିକ୍ଷିତ ଯୁବ ସମାଜ

(୦୮/୭) ଆଗାମୀ ଦୁଇ ବର୍ଷଯାଏଁ ସ୍ୱାସ୍ଥ୍ୟ ବିଭାଗକୁ ଛାଡ଼ି ଅନ୍ୟ କୌଣସି ବିଭାଗରେ ବି ନୂତନ ନିଯୁକ୍ତି ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଶିକ୍ଷିତ ଯୁବ ସମାଜ ବର୍ତ୍ତମାନ ଚିନ୍ତାରେ ପଡ଼ି ଯାଇଛନ୍ତି । ବର୍ତ୍ତମାନ ଯେଉଁ ଶିକ୍ଷିତ ଯୁବକଯୁବତୀ ବିଭିନ୍ନ ପଦ ପଦବୀର ଇଣ୍ଟରଭ୍ୟୁ ପାଇଁ ପ୍ରସ୍ତୁତି ଚଳାଇଥିଲେ, ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ସେମାନେ ନିରାଶ ହୋଇ ଯାଇଛନ୍ତି । ଏବେ ବି ସେମାନଙ୍କ ଆଶା ରହିଛି ଏହାର ବିକଳ୍ପ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ ନିଶ୍ଚୟ ଚିନ୍ତା କରି ସେଇଟା ମଧ୍ୟ ନିକଟରେ ନିଶ୍ଚିତ ଘୋଷଣା କରିବେ । ଏବେ ଯଦି ଚାକିରୀର କୌଣସି ସୁଯୋଗ ନାହିଁ ତେବେ ପିଲାଏ ଏତେ କଷ୍ଟ ଉପାର୍ଜିତ ଖର୍ଚ୍ଚରେ କାହିଁକି ପଢ଼ିବେ ବୋଲି ମଧ୍ୟ ଆଲୋଚନା ହେଉଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ସରକାରଙ୍କ ଘୋଷଣା ପରେ ଚିନ୍ତାରେ ଶିକ୍ଷିତ ଯୁବ ସମାଜ