(୦୬/୭) ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର । ଆଉ ପ୍ରତିବର୍ଷ ଶ୍ରାବଣ ମାସର ପ୍ରଥମ ସୋମବାର ଦିନ କାଉଡ଼ିଆମାନେ ବିଭିନ୍ନ ସ୍ଥାନରୁ ପାଣି ଆଣି ଜଳାଭିଷେକ କରିଥାନ୍ତି । କିନ୍ତୁ ଏଥର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର କାଉଡ଼ିଆଙ୍କ ବୋଲବମ୍ ଯାତ୍ରା ଉପରେ କଟକଣା ଜାରି କରିଛନ୍ତି । ସେମାନେ ରାସ୍ତାରେ ଚାଲିଚାଲି ମଧ୍ୟ ଯାଇ ପାରିବେ ନାହିଁ କି କୌଣସି ଶୈବପୀଠରେ ଏ ବର୍ଷ ଜଳାଭିଷେକ ମଧ୍ୟ କରି ପାରିବେ ନାହିଁ ବୋଲି ସରକାର କହିଛନ୍ତି ।
କରୋନା ସଂକ୍ରମଣ ଯୋଗୁଁ କାଉଡ଼ିଆଙ୍କ ବୋଲବମ୍ ଯାତ୍ରା ଏ ବର୍ଷ ବନ୍ଦ
