(୧୦/୯) ଏହି କରୋନା ମହାମାରୀ ସମୟରେ ଦୂରଦୂରାନ୍ତରୁ ଲୋକେ ଡାକ୍ତରଖାନାକୁ ଯିବା ଅସୁବିଧା ଯେତିକି ବିପଦଜ୍ଜନକ ମଧ୍ୟ ସେତିକି । ସେଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପ୍ରତ୍ୟେକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିଡିଓ କନଫେରେନ୍ସ ମାଧ୍ୟମରେ ‘ଟେଲି ମେଡିସିନ୍’ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହାଦ୍ୱାରା ରୋଗୀ ଘରେ ବସି ସୁରକ୍ଷିତ ଭାବେ ସରକାରୀ ଡାକ୍ତରଙ୍କଠୁ ପରାମର୍ଶ ପାଇବା ସହ ଯିବାଆସିବା ଖର୍ଚ୍ଚ ବି ବଂଚାଇ ପାରିବେ । ରୋଗୀର ଅଧିକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଥିଲେ ବିଶେଷଜ୍ଞ ଡାକ୍ତରଙ୍କ ସହ ମଧ୍ୟ ସେ ପରାମର୍ଶ କରିପାରିବେ । ସେହିପରି ଆଦିବାସୀ ବହୁଳ ଜ୍ିଲ୍ଲା ନବରଙ୍ଗପୁରର ଜିଲ୍ଲା ଚିକିତ୍ସାଳୟରେ ଡାକ୍ତର ପ୍ରୀତି ନାୟକ ଭିଡିଓ କନଫେରେନ୍ସ ମାଧ୍ୟମରେ ରୋଗୀମାନଙ୍କୁ ପରାମର୍ଶ ଦେଉଛନ୍ତି । ଡାକ୍ତର ନାୟକ ଖରାଦିନରେ ଡାକ୍ତରଖାନାରେ ନିଜେ ସାଲାଇନ ନେବା ଅବସ୍ଥାରେ ରୋଗୀ ଦେଖୁଥିବା ଘଟଣା ଦ୍ୱାରା ଅନେକେ ପ୍ରଭାବିତ ହୋଇଥିବା ସେତେବେଳେ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା ।
‘ଟେଲି ମେଡିସିନ୍’ ମାଧ୍ୟମରେ ରୋଗୀଙ୍କୁ ପରାମର୍ଶ ଦେଉଛନ୍ତି ଡାକ୍ତର ପ୍ରୀତି ନାୟକ
