ପୂର୍ବତନ ବାଚସ୍ପତି ସ୍ୱର୍ଗତ ଶରତ କୁମାର କରଙ୍କୁ ଗାର୍ଡ଼ ଅଫ୍ ଅନର ଦିଆ ନଯିବାରୁ କ୍ଷୋଭ ପ୍ରକାଶ କଲେ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ।


(୧୪/୧୦) ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତିର ବିଶିଷ୍ଟ ସଂରକ୍ଷକ ତଥା ପୂର୍ବତନ ବାଚସ୍ପତି ଶରତ କୁମାର କରଙ୍କ ବିୟୋଗରେ ସମଗ୍ର ଓଡ଼ିଶା ଏକ ଯଶସ୍ୱୀ ବ୍ୟକ୍ତିଙ୍କୁ ହରାଇଛନ୍ତି । କିନ୍ତୁ ଏହିଭଳି ଜଣେ ବିଶିଷ୍ଟ ନେତାଙ୍କୁ ଗାର୍ଡ଼ ଅଫ ଅନର ଦିଆଯିବାର ପରମ୍ପରା ଥିବାବେଳେ ତାଙ୍କ ପ୍ରତି ଅନ୍ୟାୟ କରାଯାଇଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସର ବରିଷ୍ଠ ନେତା ତଥା ପୂଜ୍ୟ ପ୍ରଣାମ ଟ୍ରଷ୍ଟର ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କ୍ଷୋଭ ପ୍ରକାଶ କରିଛନ୍ତି । ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଗାର୍ଡ଼ ଅଫ୍ ଅନର ଦିଆଯିବା ଏକ ସମ୍ମାନର କଥା । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ସରକାରୀ ଦଳ ତଥା ମୁଖ୍ୟମନ୍ତ୍ରୀଙ୍କୁ ଆଗାମୀ ଦିନରେ ମହଙ୍ଗା ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ପୂର୍ବତନ ବାଚସ୍ପତି ସ୍ୱର୍ଗତ ଶରତ କୁମାର କରଙ୍କୁ ଗାର୍ଡ଼ ଅଫ୍ ଅନର ଦିଆ ନଯିବାରୁ କ୍ଷୋଭ ପ୍ରକାଶ କଲେ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ।