କନ୍ଧମାଳ ଜିଲ୍ଲାପାଳ ଚାଷଜମିକୁ ଯାଇ ଚାଷୀଙ୍କୁ ସାମାଜିକ ଦୂରତାରେ ରହି କାର୍ଯ୍ୟ କରିବାକୁ ଉତ୍ସାହିତ କରୁଥିବା ଦୃଶ୍ୟ ହସ୍ତଗତ ହୋଇଛି । ସ୍ଥାନୀୟ ଜିଲ୍ଲାପାଳ ଟିକାବାଲି ବ୍ଲକର ସାପଗଣ୍ଡା ଗ୍ରାମକୁ ଯାଇ ଚାଷୀମାନେ ସାମାଜିକ ଦୂରତ୍ୱରେ ରହି କାର୍ଯ୍ୟ କରୁଛନ୍ତି କି ନାହିଁ, ତାହା ତଦାରଖ କରିବାକୁୁ ଯାଇଥିଲେ । ଏହି ଅଞ୍ଚଳରେ ଲୋକେ ଖରାଦିନିଆ ପନିପରିବା ଓ ସୂର୍ଯ୍ୟମୁଖି ଚାଷ ସହ ଆମ୍ବ ଓ ଗୋଲମରିଚ ବଗିଚା କରିଥାନ୍ତି ।
ଚାଷଜମିରେ ଚାଷୀଙ୍କୁ ଜିଲ୍ଲାପାଳଙ୍କ ସାମାଜିକ ଦୂରତା ରଖିବାକୁ ଉତ୍ସାହ
