(୧୧/୮) ଇସ୍ରାଏଲର ଏକ ସୁନାଗହଣା ନିର୍ମାଣକାରୀ ସଂସ୍ଥା ୧୮ କ୍ୟାରେଟ୍ ସୁନାରେ ୧.୫ ମିଲିଅନ୍ ଡଲାର୍ ଅର୍ଥାତ ଭାରତୀୟ ମୁଦ୍ରାରେ କୋଟିଏ ଟଙ୍କାରୁ ଅଧିକ ଦାମର ଏକ ମାସ୍କ ତିଆରି କରୁଛି । ଏଥିରେ ୩୬୦୦ ଖଣ୍ଡ ଉଭୟ କଳା ଓ ଧଳା ହୀରା ବ୍ୟବହାର କରାଯାଇଛି । ହୀରାର ଖୋଳ ଭିତରେ ଥିବା ଏହି ମାସ୍କରେ ଏକ ସୁନାର ପ୍ଲେଟ୍ ଅଛି, ଯେଉଁଟା କି ବାହାର ସଂକ୍ରମଣକୁ ରୋକିବାକୁ ସାହାଯ୍ୟ କରିବ । ଏହାକୁ ଡିଜାଇନ୍ କରିଥିବା ଆଇଜାକ୍ ଲେଭି କହିଛନ୍ତି ଯେ, କ୍ରେତାଙ୍କର ଦୁଇଟି ଦାବୀ ରହିଛି । ପ୍ରଥମରେ ଏହି ମାସ୍କର ତିଆରି କାମ ଏହି ବର୍ଷ ଶେଷ ସୁଦ୍ଧା ସରିବା କଥା ଓ ଅନ୍ୟଟି ହେଲା ଏହା ପୃଥିବୀର ସବୁଠାରୁ ଦାମୀ ମାସ୍କ ହୋଇଥିବା କଥା । ଆମେରିକାରେ ରହୁଥିବା ଜଣେ ଚାଇନିଜ୍ ବ୍ୟକ୍ତି ତାଙ୍କୁ ଏହା ତିଆରି କରିବାକୁ ଅର୍ଡ଼ର୍ ଦେଇଥିବା ସେ ପ୍ରକାଶ କରିଛନ୍ତି । ଏହି ମାସ୍କର ଓଜନ ୨୭୦ ଗ୍ରାମ ଅର୍ଥାତ ଗୋଟିଏ ସାଧାରଣ ମାସ୍କଠାରୁ ଏହା ଶହେ ଗୁଣ ଅଧିକ ଓଜନ ବୋଲି ସେ କହିଛନ୍ତି ।
ଇସ୍ରାଏଲରେ ତିଆରି ହେଉଛି ୧.୫ ମିଲିଅନ୍ ଡଲାରର ହୀରା ଓ ସୁନାର ମାସ୍କ !
