କୋଇଲା ଖଣି ଘୋଟାଲା ମାମଲାରେ ଦିଲିପ ରାୟ ଦୋଷୀ ସାବ୍ୟସ୍ତ, ଆଜୀବନ କାରାଦଣ୍ଡ ସପକ୍ଷରେ ସିବିଆଇ !


(୧୪/୧୦) ୧୯୯୯ ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କୋଇଲା ମନ୍ତ୍ରୀ ଥିବାବେଳେ ଝାରଖଣ୍ଡର ଗିରିଡିହିର ୧୦୫.୧୦୩ ହେକ୍ଟର ପରିସୀମାରେ ଥିବା ପରିତ୍ୟକ୍ତ କୋଇଲା ଖଣିକୁ ବେଆଇନ ଭାବେ ଏକ କମ୍ପାନୀକୁ ପ୍ରଦାନ କରିଥିବା ଅଭିଯ୍ଧୋ ହୋଇଥିଲା । କୋର୍ଟର ସ୍ୱତନ୍ତ୍ର ବିଚାରପତି ଭାରତ ପରାସର ଏହାର ବିଚାର କରି ଅକ୍ଟୋବର ୬ ତାରିଖ ଦିନ ସୁନ୍ଦରଗଡ଼ର ପୂର୍ବତନ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଦିଲିପ ରାୟଙ୍କ ସମେତ କୋଇଲା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ତଥା ତତ୍କାଳୀନ ଅତିରିକ୍ତ ସଚିବ ପ୍ରଦୀପ କୁମାର ବାନାଜୀ,ର୍ ନିତ୍ୟାନନ୍ଦ ଗୌତମ ଓ କମ୍ପାନୀର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । କାଷ୍ଟ୍ରନ ଟେକ୍ନୋଲୋଜି ଲିମିଟେଡକୁ ଉକ୍ତ କୋଇଲା ଖଣି ଦେବାକୁ ସମସ୍ତେ ମିଳିମିଶି ନିଷ୍ପତ୍ତି ନେଇଥିଲେ ବୋଲି କୋର୍ଟ କହିଛନ୍ତି । ତେବେ ଏହି ମାମଲାରେ ଦିଲିପ ରାୟ ଓ ଅନ୍ୟମାନଙ୍କୁ ଆଜୀବନ କାରାଦଣ୍ଡ ଦେବା ସପକ୍ଷରେ ସିବିଆଇ କୋର୍ଟକୁ ନିବେଦନ କରିଛି । ଏପରି ଅପରାଧ ଦିନକୁ ଦିନ ବଢ଼ିବାରେ ଲାଗି ଥିବାରୁ ସମାଜକୁ ଏକ ବାର୍ତ୍ତା ଦେବାକୁ କୋର୍ଟ ସେମାନଙ୍କୁ ସର୍ବାଧିକ କାରାଦଣ୍ଡ ଦେବାକୁ ସିବିଆଇ କୋର୍ଟକୁ କହିଛି । କିନ୍ତୁ ଦୋଷୀମାନେ ସେମାନଙ୍କ ବୟସକୁ ଦେଖି ନିଷ୍ପତ୍ତି ନେବାକୁ କୋର୍ଟକୁ ନିବେଦନ କରିଛନ୍ତି । ଅକ୍ଟୋବର ୨୬ ତାରିଖ ଦିନ ଏହି ମାମଲାର ବିଚାର କରୁଥିବା କୋର୍ଟ ଦଣ୍ଡ ଘୋଷଣା କରିବେ ବୋଲି ପୂର୍ବରୁ ନିର୍ଦ୍ଧାରୀତ ହୋଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing କୋଇଲା ଖଣି ଘୋଟାଲା ମାମଲାରେ ଦିଲିପ ରାୟ ଦୋଷୀ ସାବ୍ୟସ୍ତ, ଆଜୀବନ କାରାଦଣ୍ଡ ସପକ୍ଷରେ ସିବିଆଇ !