ଆଇଆରସିଟିସି ପୋର୍ଟାଲରେ ଟିକଟ କରି ଲୋକେ ହଇରାଣ ! ପଇସା କଟୁଛି, ଟିକଟ ହଉନି !


ଯଦି ଆପଣ ବର୍ତ୍ତମାନ ଟ୍ରେନ ଯୋଗେ ଘରକୁ ଫେରିବାକୁ ଚାହୁଁଛନ୍ତି, ତେବେ ସାବଧାନ! ଲକ ଡାଉନ୍ ଯୋଗୁଁ ବର୍ତ୍ତମାନ ସମସ୍ତ କାଉଣ୍ଟର ବନ୍ଦ ଥିବାରୁ ରେଳବାଇ ବିଭାଗର ଆଇଆରସିଟିସି ପୋର୍ଟାଲରେ ଅଗ୍ରୀମ ଟିକଟ କରି ଯାତ୍ରା କରିବାକୁ ପରାମର୍ଶ ଦିଆଯାଇଛି । କିନ୍ତୁ ଏଥିରେ କେତେକ ସମସ୍ୟା ଥିବା ଲୋକେ ପ୍ରକାଶ କରୁଛନ୍ତି । ବିକାଶ ଅଧ୍ୟାୟ ନାମକ ଜଣେ ବ୍ୟକ୍ତି ନୂଆଦିଲ୍ଲୀରୁ ରାଂଚି ଯିବାକୁ ୩ ଟି ଟକେଟ କରିଥିଲେ ଆଉ ଏଥିପାଇଁ ତାଙ୍କ ବ୍ୟାଙ୍କ ଖାତାରୁ ପଇସା ମଧ୍ୟ କଟିଗଲା, ହେଲେ କୌଣସି ଟିକଟ ହୋଇ ପାରି ନଥିବା ସେ ଭାରତୀୟ ରେଳ ବିଭାଗକୁ ଜଣାଇଛନ୍ତି । ଏହିପରି ଆହୁରି ଅନେକେ ଅସୁବିଧାରେ ପଡ଼ିଥିବା ଜଣାପଡ଼ିଛି । ଜରୁରୀ ସମୟରେ ଲୋକେ ଅଧିକ ଅର୍ଥ ଖର୍ଚ୍ଚ କରି ନିଜ ଘରକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ସେମାନଙ୍କୁ ଆହୁରି ହଇରାଣ ହେବାକୁ ପଡ଼ୁଛି । ୬ ରୁ ୭ ଟି କାର୍ଯ୍ୟ ଦିବସ ଭିତରେ ଏପରି ଅସୁବିଧାର ସମ୍ମୁଖୀନ ହୋଇଥିବା ଲୋକଙ୍କୁୁ ପଇସା ଫେରସ୍ତ ହୋଇଯିବ ବୋଲି ରେଳବାଇ ପକ୍ଷରୁ କୁୁହାଯାଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଇଆରସିଟିସି ପୋର୍ଟାଲରେ ଟିକଟ କରି ଲୋକେ ହଇରାଣ ! ପଇସା କଟୁଛି, ଟିକଟ ହଉନି !