ହରିଜନ ଯୁବତୀଙ୍କୁ ଅସଦାଚରଣ ମାମଲା : ରାମପୁର ଥାନା ଘେରାଓ ପରେ ପୋଲିସର ପ୍ରତିଶୃତି ।


(୦୯/୬) ସୁବର୍ଣ୍ଣପୁର ଜିଲଲ୍ଲା ରାମପୁର ଥାନାର ଅନ୍ଧାରୀବାଞ୍ଜି ପଂଚାୟତର କ୍ୱାରେଣ୍ଟାଇନ ସେଣ୍ଟରେ ଏକାକୀ ରହୁଥିବା ଜଣେ ଯୁବତୀଙ୍କୁ ସ୍ଥାନୀୟ ସରପଂଚ ଅନେକ ସମୟରେ ଅସଦାଚରଣ କରିଥିବା ରାମପୁର ଥାନାରେ ଅଭିଯୋଗ ହୋଇଥିଲା । ଗୋଟିଏ ଦିନ ଭିତରେ ଅଭିଯୁକ୍ତ ସରପଂଚକୁ ଗିରଫ କରାଯିବାକୁ ପୋଲିସ ପକ୍ଷରୁ ପ୍ରତିଶୃତି ଦିଆଯିବା ପରେ ମଧ୍ୟ ତାହା ନ ହେବାରୁ ଗତକାଲି ‘ଭୀମ ଆର୍ମି’ ପକ୍ଷରୁ ରାମପୁର ଥାନାକୁ ଆଜି ଘେରାଓ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ତଦନୁସାରେ ଆଜି ‘ଭୀମ ଆର୍ମି’ର ସୁବର୍ଣ୍ଣପୁର, ସମ୍ବଲପୁର, ବରଗଡ଼ ଓ ବଲାଙ୍ଗୀର ଜିଲ୍ଲା ମାନଙ୍କରୁ ଶତାଧିକ ସଭ୍ୟ ଥାନାକୁ ଆସି ଘେରାଓ କରିଥିଲେ । ଆସାମୀକୁ ଧରିବା ପାଇଁ ତିନୋଟି ଟିମକୁ ବିଭିନ୍ନ ଅଂଚଳକୁ ପଠାଯାଇଛି ଓ ତାକୁୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଥାନାର ଭାରପ୍ରାପ୍ତ ଆଇଆଇସି ଓ ଏସଡିପିଓ ଅତିରିକ୍ତ ଏସପିଙ୍କ ଉପସ୍ଥିତିରେ ପ୍ରତିଶୃତି ଦେବା ପରେ ସଭ୍ୟମାନେ ଘେରାଓରୁ ନିବୃତ୍ତ ରହିଥିଲେ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ହରିଜନ ଯୁବତୀଙ୍କୁ ଅସଦାଚରଣ ମାମଲା : ରାମପୁର ଥାନା ଘେରାଓ ପରେ ପୋଲିସର ପ୍ରତିଶୃତି ।