ଦିଲ୍ଲୀ ହାଇକୋର୍ଟ ଅନିଲ ଅମ୍ବାନୀଙ୍କୁ ଆପଣା କମ୍ପାନୀର କୌଣସି ସମ୍ପତ୍ତି ବିକ୍ରି କରିବାକୁ ନିଷିଦ୍ଧ କଲେ !


(୨୭/୮) ରିଲାଏନ୍ସ କମ୍ପାନୀର ମାଲିକ ବ୍ୟକ୍ତିଗତ ଗ୍ୟାରେଣ୍ଟି ଦେଇ ଥରେ ୫୬୫ କୋଟି ଟଙ୍କା ଓ ଆଉ ଥରେ ୬୩୫ କୋଟି ଟଙ୍କା ଭାରତୀୟ ଷ୍ଟେଟ୍ ବ୍ୟାଙ୍କରୁ ଆର-କମ୍ ଓ ରିଲାଏନ୍ସ ଇନଫ୍ରାଟେଲ ଲିମିଟେଡ ପାଇଁ ୨୦୧୬ ରେ ଋଣ ନେଇଥିଲେ । ସେହି ଋଣଅର୍ଥକୁ ଶ୍ରୀ ଅମ୍ବାନୀ ପରିଶୋଧ ନ କରିବାରୁ ଶ୍ରୀ ଅମ୍ବାନୀଙ୍କ ସମ୍ପତ୍ତିରୁ ସେହି ଅର୍ଥକୁ ଭରଣା କରିବାକୁ ବ୍ୟାଙ୍କ ତରଫରୁ ଆଇନ ଅନୁଯାୟୀ ତାଙ୍କ ବିରୁଦ୍ଧରେ ପଦକ୍ଷେପ ନିଆଯାଇଥିଲା । ଏହା ଉପରେ କଟକଣା ଜାରି କରିବାକୁ ଶ୍ରୀ ଅମ୍ବାନୀ କୋର୍ଟର ହସ୍ତକ୍ଷେପ ଲୋଡ଼ିଥିଲେ । ତେବେ ହାଇକୋର୍ଟ ଶ୍ରୀ ଆମ୍ବାନୀଙ୍କ ଆବେଦନର ବିଚାର କରି ବ୍ୟାଙ୍କର ପଦକ୍ଷେପ ଉପରେ ବତ୍ତର୍ତ୍ତମାନ କଟକଣା ଜାରି କରିଛନ୍ତି ଓ ରିଲାଏନ୍ସ କମ୍ୟୁନିକେସନ୍‌ର ଅଧ୍ୟକ୍ଷ ଶ୍ରୀ ଅନିଲ ଅମ୍ବାନୀଙ୍କ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେ ତାଙ୍କ କମ୍ପାନୀରେ କୌଣସି ସମ୍ପତ୍ତିକୁ ପରବର୍ତ୍ତି ଶୁଣାଣିଯାଏଁ ବିକ୍ରି କରିପାରିବେ ନାହିଁ କି ଅନ୍ୟ କାହା ନାମରେ ତାହା ସ୍ଥାନାନ୍ତର କରିପାରିବେ ନାହିଁ । ତେବେ ହାଇକୋର୍ଟର ପରବର୍ତ୍ତି ଶୁଣାଣି ଅକ୍ଟୋବର ୬ ରେ ହେବ ବୋଲି ଜଣାପଡ଼ିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଦିଲ୍ଲୀ ହାଇକୋର୍ଟ ଅନିଲ ଅମ୍ବାନୀଙ୍କୁ ଆପଣା କମ୍ପାନୀର କୌଣସି ସମ୍ପତ୍ତି ବିକ୍ରି କରିବାକୁ ନିଷିଦ୍ଧ କଲେ !