ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇ ନାହିଁ ବୋଲି କହିଲେ, ଏମ୍‌ସର ଫରେନସିକ ମୁଖ୍ୟ ଡାକ୍ତର ସୁଧୀର ଗୁପ୍ତା !


(୦୫/୧୦) ଗତ ୧୪ ଜୁନରେ ବଲିଉଡ୍ ଅଭେନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଗଣମାଧ୍ୟମରେ ମୃତ୍ୟୁକୁ ନେଇ ଅନେକ ରୋଚକ ତଥ୍ୟମାନ ପ୍ରକାଶ ପାଇବାରେ ଲାଗିଲା । ଦୀର୍ଘ ତିନି ମାସ ପର୍ଯ୍ୟନ୍ତ ଅର୍ଣ୍ଣବ ଗୋସ୍ୱାମୀଙ୍କ ‘ରିପବ୍ଲିକ୍‌’ ଚ୍ୟାନେଲ ସମେତ ଆହୁରି କେତେକ ଚ୍ୟାନେଲରେ କେବଳ ସେହି ସମ୍ପର୍କରେ ଦିନରାତି କାର୍ଯ୍ୟକ୍ରମ ଦେଖିବାକୁ ମିଳିଲା ବୋଲି ଲୋକେ ଅଭିଯୋଗ କରିବାକୁ ଲାଗିଲେ । ଆତ୍ମହତ୍ୟା ଘଟଣାଟି ଯାଇ ହତ୍ୟାର ରୂପ ନେଲା । ତାପରେ ବଲିଉଡ୍‌ର ଅନେକ ଅଭିନେତା-ଅଭିନେତ୍ରୀଙ୍କ ନାମ ଏଥିରେ ଯୋଡ଼ା ହେଲା । ଆକ୍ଷେପ ପ୍ରତି ଆକ୍ଷେପରେ ତିନି ମାସ ଏମିତି ଚାଲିଲା । ଶେଷରେ ତାଙ୍କର ବାନ୍ଧବୀ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ଗତ ସେପ୍ଟେମ୍ବର ୯ ରେ ଗିରଫ କରି ଜେଲ୍ ପଠାଗଲା । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାରୁ ତାହା ଡ୍ରଗ୍ସ କାରବାର ଆଡ଼କୁ ତଦନ୍ତଟି ମୁହାଁଇଲା । ଏବେ ଏମ୍‌ସ ହସପିଟାଲ୍‌ର ମୁଖ୍ୟ ଡାକ୍ତର ସୁଧୀର ଗୁପ୍ତା ଇଣ୍ଡିଆ ଟୁଡେକୁ କହିଛନ୍ତି ଯେ, ସୁଶାନ୍ତ ସିଂ ରାଜପୁତ ମାମଲାକୁ ନେଇ କେହି ମଧ୍ୟ ସନ୍ଦେହ କରିବା ଉଚିତ୍ ନୁହଁ । ସେମାନେ ସମସ୍ତ ଦିଗକୁ ଅନୁଧ୍ୟାନ କରିଛନ୍ତି । ସମସ୍ତ ସାତ ଜଣଯାକ ଡାକ୍ତର ଅନୁଧ୍ୟାନ କଲା ପରେ ନିର୍ବିବାଦରେ ଗୋଟିଏ ମତରେ ଉପନୀତ ହେଲେ ଯେ, ସୁଶାନ୍ତ ସିଂ ରାଜପୁତଙ୍କୁ କେହି ହତ୍ୟା କରି ନାହିଁ ଏବଂ ସେ ଆତ୍ମହତ୍ୟା କରି ମୃତ୍ୟୁ ବରଣ କରିଛନ୍ତି । ଏମ୍‌ସର ଏହି ରିପୋର୍ଟ ପରେ ଏବେ ଗଣମାଧ୍ୟମରେ ରିଆ ଚକ୍ରବର୍ତ୍ତୀ ଓ ବିଭିନ୍ନ ଲୋକଙ୍କୁ ନେଇ ଗଣମାଧ୍ୟମ ଓ ସରକାରଙ୍କ ବିଭିନ୍ନ ଏଜେନ୍ସି ଯେପରି ସର୍ବ ସମ୍ମୁଖରେ ଚରିତ୍ର ହରଣ କଲେ, ସେଥିପାଇଁ ସେମାନେ କ୍ଷମା ମାଗିବା ଉଚିତ୍ । ନହେଲେ ସେମାନଙ୍କ ବିରୋଧରେ ଆଇନର ସହାୟତା ନେବା କଥା ବୋଲି ସୋସିଏଲ ମିଡିଆରରେ ଲୋକେ ଚର୍ଚ୍ଚା ଆରମ୍ଭ କରି ଦେଲେଣି । ଏହି ଘଟଣାଟି ବିହାର ଓ ପଶ୍ଚିମବଙ୍ଗ ନିର୍ବାଚନେର ରାଜନୈତିକ ଲାଭ ପାଇଁ କେନ୍ଦ୍ରର ବିଜେପି ସରକାର ଏହାକୁ ପ୍ରୋତ୍ସାହନ ଦେଉଥିଲେ ବୋଲି ଅନେକ ଦିନରୁ ଯାହା ଚର୍ଚ୍ଚା ହେଉଥିଲା, ତାହା ଏକ ପ୍ରକାର ସତ ବୋଲି ପ୍ରମାଣିତ ହୋଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇ ନାହିଁ ବୋଲି କହିଲେ, ଏମ୍‌ସର ଫରେନସିକ ମୁଖ୍ୟ ଡାକ୍ତର ସୁଧୀର ଗୁପ୍ତା !